ଓଡିଶା

odisha

ETV Bharat / city

ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା, ଉତ୍ତର ରଖିଲେ ମନ୍ତ୍ରୀ - ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା । ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...

home minister captain dibya shankar mishra reaction on cyber crime
ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା ,ଉତ୍ତର ରଖିିଲେ ମନ୍ତ୍ରୀ

By

Published : Mar 22, 2021, 1:29 PM IST

Updated : Mar 22, 2021, 7:51 PM IST

ଭୁବନେଶ୍ୱର: ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା । 2019 ମସିହାରେ 1475 ମାମଲା ରୁଜୁ ହୋଇଥିବା ବେଳେ 2020ରେ ଏହା 1931କୁ ବୃଦ୍ଧି ପାଇଛି । ଏନେଇ ଗୃହରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା, ଉତ୍ତର ରଖିଲେ ମନ୍ତ୍ରୀ

2006 ଅକ୍ଟୋବର 2ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଇବର ପୋଲିସ ଷ୍ଟେସନ ଖୋଲିଛି । ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲାରେ 3ଟି ସାଇବର ଥାନା ଖୋଲାଯାଇଛି । ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ସାଇବର ଥାନା ଖୋଲିବା ପାଇଁ ସରକାର ଯୋଜନା ରଖିଛନ୍ତି । ସେହିପରି ବର୍ତ୍ତମାନ ସମୟରେ ଘଟୁଥିବା ବିଭିନ୍ନ ସାଇବର ଅପରାଧର ସଠିକ ଓ ପାରଦର୍ଶିତା ତଦନ୍ତ ପାଇଁ ଅଧିକାରୀମାନଙ୍କୁ ଉପଯୁକ୍ତ ତାଲିମ ଓ ଭିତ୍ତିଭୂମି ସରକାର ଯୋଗାଇ ଦେଇଛନ୍ତି ।

ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା, ଉତ୍ତର ରଖିଲେ ମନ୍ତ୍ରୀ

ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ କେତୋଟି ବ୍ୟାଙ୍କ ଲୁଟ୍, ଜିଏସଟି ଠକେଇ, ଏଟିଏମ୍ ଲୁଟ୍ ହୋଇଛି ତାହା ପ୍ରଶ୍ନ କରିଛନ୍ତି ବିଧାୟକ ଭବାନୀ ଶଙ୍କର ଭୋଇ । ଏହାସହ ରାଜ୍ୟରେ କେତୋଟି ହତ୍ୟା, ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ କେଉଁ କେଉଁ ଜାଗାରେ ଘଟିଛି ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ।

ଦିବ୍ୟ ଶଙ୍କର ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, 2020 ମସିହାରେ ରାଜ୍ୟରେ 5 ଟି ବ୍ୟାଙ୍କ ଲୁଟ ମାମଲା ରୁଜୁ କରାଯାଇଛି । 17 ଟି ଏଟିଏମ ଲୁଟ, 1931 ସାଇବର ଠକେଇ ମାମଲା ରୁଜୁ ହୋଇଛି । ସମସ୍ତ ସାଇବର ଠକେଇ ମାମଲାରେ ଲୁଟ ହୋଇଥିବା ଟଙ୍କାର ପରିମାଣ 35,07,20,135 ଟଙ୍କା ଆଦାୟ ହୋଇଛି ।

ରାଜ୍ୟରେ ଲୁଟ, ଛିନତାଇ, ହତ୍ୟାକାଣ୍ଡ ଏବଂ ଦୁଷ୍କର୍ମ ମାମଲାର ତଥ୍ୟ ସଂଗ୍ରହ କରାଯାଉଛି । ସେହିପରି ଜିଏସଟି ଠକେଇ ସମ୍ପର୍କିତ ତଥ୍ୟ ଏହି ବିଭାଗରେ ଉପଲବ୍ଧ ନାହିଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 22, 2021, 7:51 PM IST

ABOUT THE AUTHOR

...view details