ଭୁବନେଶ୍ବର: ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଚାରିଆଡେ ଖାଁ ଖାଁ ଓ ଶୂନଶାନ । କୋରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ପାଳନ କରିବା ଘୋଷଣା କରିଥିଲେ । ଏହାକୁ ଜନସାଧାରଣ ସ୍ବତଃ ପ୍ରବୃତ୍ତ ଭାବରେ ଗ୍ରହଣ କରିଛନ୍ତି ଏବଂ ସମସ୍ତ ଲୋକ ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । କୋରୋନାକୁ ନେଇ ସମସ୍ତେ ସଚେତନ ସହ ସତର୍କତା ଅବଲମ୍ବନ କରିଛନ୍ତି ।
ଯେଉଁମାନଙ୍କ ଘରଦ୍ବାର ନାହିଁ ସେମାନେ ସହରର ବିଭିନ୍ନ ଓଭରବ୍ରିଜ ତଳେ କିମ୍ବା ବସ୍ତିରେ ରହିଥିବା ଦେଖିବାକୁ ମିଳିଛି । ଛତିଶଗଡ଼ରୁ ଆସିଥିବା ଏହି ଲୋକମାନେ ନିଜର ପେଟ ପୋଷିବା ପାଇଁ ଝାଡୁ ତିଆରି କରି ଜୀବିକା ନିର୍ବାହ କରଥାନ୍ତି । ଯେହେତୁ ଆଜି ଜନତା କର୍ଫ୍ୟୁ ଲାଗିଛି । ତେଣୁ ସେମାନେ ବାହାରକୁ ନଯାଇ ଗୋଟିଏ ସ୍ଥାନରେ ରହି ଝାଡୁ ତିଆରି କରୁଥିବା ଦେଖିବାକୁ ମିଳିଛି ।