ବାଚସ୍ପତିଙ୍କ ରୁଲିଂ ପରେ ବିଧାନସଭା ସ୍ବାଭାବିକ - ବ୍ୟୟମଞ୍ଜୁରୀ ବିଲ
ଜଗତସିଂହପୁର ନାବାଳିକା ଦୁଷ୍କର୍ମ ଆତ୍ମହତ୍ୟା ଘଟଣାରେ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।
ବିଧାନସଭା ସ୍ବାଭାବିକ
ଭୁବନେଶ୍ବର: ଜଗତସିଂହପୁର ଘଟଣାରେ ବାଚସ୍ପତି ସରକାରଙ୍କୁ ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବାକୁ ରୁଲିଂ ଦେଇଛନ୍ତି । ବାଚସ୍ପତିଙ୍କ ରୁଲିଂ ପରେ ସ୍ବାଭାବିକ ହୋଇଛି ବିଧାନସଭା । ଏଥିସହ ବ୍ୟୟମଞ୍ଜୁରୀ ବିଲ ଉପରେ ବିଧାନସଭାରେ ଆଲୋଚନା ଆରମ୍ଭ ହୋଇଛି। ଆଜି ବ୍ୟୟମଞ୍ଜୁରୀ ବିଲ ବିଧାନସଭାର ମଞ୍ଜୁରୀ ଲାଭ କରିବ ।