ଓଡିଶା

odisha

By

Published : Dec 6, 2021, 10:30 PM IST

ETV Bharat / city

ଅବହେଳିତ ଖାକି, ଅଫିସର ପାଳୁଛନ୍ତି ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ପୋଲିସଙ୍କ ଭଳି ପୋଷାକ ପିନ୍ଧନ୍ତି, ପୋଲିସ ଭଳି ଡ୍ୟୁଟି କରନ୍ତି ହେଲେ ନିତିଦିନ ମଜୁରିଆ ଭଳି ଦରମା ନିଅନ୍ତି। କାରଣ ରାଜ୍ୟରେ ହୋମଗାର୍ଡଙ୍କ ପୋଲିସ ଭଳି ଚାକିରୀ, ହେଲେ ପାରିଶ୍ରମିକ ଦିନ ମଜୁରିଆ ହିସାବରେ ଦିନକୁ ମାତ୍ର ୩୦୦ ଟଙ୍କା । ଅଧିକ ପଢନ୍ତୁ

Home Guard Foundation day celebration at bhubaneswar
ଅବହେଳିତ ଖାକି, ଅଫିସର ପାଳୁଛନ୍ତି ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଅଣଦେଖା ଖାକି ଅଫିସର ପାଳୁଛନ୍ତି ଗୃହରକ୍ଷୀ ପ୍ରତିଷ୍ଠା ଦିବସ, ହେଲେ ସମସ୍ୟା ପ୍ରତି ସବୁ ଜାଣି ମଧ୍ୟ ସମସ୍ତେ ଅଜଣା । ଜିଲ୍ଲା ମୁଖ୍ୟାଳୟଠୁ ପୋଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଧୁମଧାମରେ ପାଳନ ହୋଇଛି ୫୯ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳନ । ପରେଡ ହୋଇଛି ବଡ ବଡ ଅଫିସର ତଥା ସିନିୟର ଅଫିସର ବି ଭାଷଣ ଦେଇ ହୋମଗାର୍ଡଙ୍କ ମନୋବଳ ଦୃଢ କରିଛନ୍ତି । ହେଲେ ସେମାନଙ୍କ ନିତିଦିନ ଦୁଃଖ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଯାହା ରାଜ୍ୟରେ ହୋମଗାର୍ଡଙ୍କ ସ୍ଥିତି ଏବେ ଦୟନୀୟ ରହିଛି ।

ଅବହେଳିତ ଖାକି, ଅଫିସର ପାଳୁଛନ୍ତି ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ଦିନ ରାତି ଏକ କରି ପୋଲିସ ମୁଖ୍ୟାଳୟଠୁ ଫାଣ୍ଡି ଓ ଥାନା ପର୍ଯନ୍ତ ହୋମଗାର୍ଡ ବା ଗୃହରକ୍ଷୀମାନେ କାର୍ଯ୍ୟ କରନ୍ତି। ଖରା ବର୍ଷାରେ ଗ୍ରାମାଞ୍ଚଳ ହେଉ ବା ସହରର ଛକ ଛକରେ ଛିଡ଼ା ହୋଇ ଟ୍ରାଫିକ ସମ୍ଭାଳିବା ହେଉ ବା VVIPଙ୍କ ଗସ୍ତ ସହ ପୋଲିସଙ୍କ ଭଳି ଅପରାଧୀକୁ କବଜା କରିବାରେ ସହଯୋଗ କରି ଡ୍ୟୁଟି କରନ୍ତି । ଥାନାରେ ବିନା ହୋମଗାର୍ଡରେ ଥାନା ଗାଡି ଗଡିବା ହେଉ ଅବା ପୋଲିସ କାର୍ଯାଳୟ ବା ବଡବଡ ପୋଲିସ ବାବୁଙ୍କ ଗାଡି ମଧ୍ୟ ଗଡିବା ସମ୍ଭବ ହୁଏନି ।

ଏହାମଧ୍ୟ ପଢନ୍ତୁ:ସୁନା ଦୋକାନରୁ ଲୁଟର CCTV ଫୁଟେଜ, ଦେଖନ୍ତୁ କିଭଳି ଲୁଟିଲେ ଦେଢ କୋଟିର ଗହଣା

ଖୋଜା ପଡ଼ିଥାଏ ହୋମଗାର୍ଡଙ୍କୁ ସହରରେ ରାତିର ଅନ୍ଧାରରେ ଟର୍ଚ୍ଚ ଲାଇଟ ଧରି ସାଇକେଲରେ ସହର ଜଗିବାକୁ ବାହାରି ପଡ଼ନ୍ତି ହୋମଗାର୍ଡମାନେ । ପୋଲିସଙ୍କ ଭଳି ପୋଷାକ ପିନ୍ଧନ୍ତି, ପୋଲିସ ଭଳି ଡ୍ୟୁଟି କରନ୍ତି ହେଲେ ନିତିଦିନ ମଜୁରିଆ ଭଳି ଦରମା ନିଅନ୍ତି। କାରଣ ରାଜ୍ୟରେ ହୋମଗାର୍ଡଙ୍କ ପୋଲିସ ଭଳି ଚାକିରୀ, ହେଲେ ପାରିଶ୍ରମିକ ଦିନ ମଜୁରିଆ ହିସାବରେ ଦିନକୁ ମାତ୍ର ୩୦୦ ଟଙ୍କା । ଆଉ ଦିନଟିଏ ଯଦି ଛୁଟିରେ ରହିଲେ ତାହାଲେ ଦରମା ବନ୍ଦ । କାରଣ ଖଟିଲେ ବା ଡ୍ୟୁଟି କଲେ ମିଳେ ଦରମା । ଯେତିକି କାମ ସେତିକି ଟଙ୍କା ହିସାବରେ ଦରମାପାଆନ୍ତି ।

ରାଜ୍ୟ ସରକାରଙ୍କ ହେୟ ଜ୍ଞାନ ଯୋଗୁଁ ଏହି ହୋମଗାର୍ଡଙ୍କୁ ଉଚିତ ପାରିଶ୍ରମିକ ମିଳି ପାରୁନାହିଁ। ଖାଲି ସେତିକି ନୁହେଁ TA ଓ DA ଇନସୁରାନ୍ସ ଭଳି ଅନ୍ୟାନ୍ୟ ସୁବିଧାରୁ ମଧ୍ୟ ବଞ୍ଚିତ ରହିଛନ୍ତି ଏମାନେ। ହେଲେ ଦରମା ବାବଦକୁ ମିଳୁଛି ମାତ୍ର 9 ହଜାର ଟଙ୍କା । 2010 ମସିହାରେ ହୋମଗାର୍ଡଙ୍କୁ ସର୍ବନିମ୍ନ ଦରମା ପ୍ରଦାନ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଭୃକ୍ଷେପ କରୁନାହାନ୍ତି ରାଜ୍ୟ ସରକାର । ଏପରିକି ହାଇକୋର୍ଟ ମଧ୍ୟ ଏନେଇ କଡା ରାୟ ଦେଇଥିଲେ ।

ରାଜ୍ୟ ଗୃହମନ୍ତ୍ରୀ ଗତବର୍ଷ ୬ନଭେମ୍ବରରେ ସେମାନଙ୍କ ଦରମା ବୃଦ୍ଧି କରି ଦିନକୁ ୫୩୩ଟଙ୍କା କରିବା ପାଇ ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ‌। ହେଲେ ଏଯାଏଁ ସରକାର ଦରମା ବୃଦ୍ଧି କରିପାରିଲେ ନାହିଁ ।

ଏହି ସବୁ ସମସ୍ୟାକୁ ନେଇ ଗୃହରକ୍ଷୀ ମହାସଙ୍ଘ ପକ୍ଷରୁ 2016ରୁ 2018 ମସିହା ପର୍ଯ୍ୟନ୍ତ 416 ଦିନ ବିରୋଧ ପ୍ରଦର୍ଶନ ହୋଇଥିଲା। ଜଣେ ହୋମଗାର୍ଡ ରାଜ୍ୟ ମୁଖିଆଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ ପରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ମଧ୍ୟ ହରାଇଥିଲେ। ହେଲେ ଏସବୁ ଅଣଦେଖା କରି ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ 17ହଜାର 675 ପଦ ରହିଛି । 16 ହଜାର 806 ଜଣ ହୋମଗାର୍ଡ କାର୍ଯ୍ୟରତ ରହିଛନ୍ତି । ସେମାନଙ୍କ ମଧ୍ୟରେ 1469 ଜଣ ମହିଳା ଓ 15ହଜାର 337ଜଣ ପୁରୁଷ ରହିଛନ୍ତି। 8425 ଜଣ ସହରାଞ୍ଚଳରେ କାମ କରୁଥିବାବେଳେ କେବଳ ଟ୍ବିନସିଟରେ ନିୟୋଜିତ ଅଛନ୍ତି 2036 ଜଣ ।

କଟକ-ଭୁବନେଶ୍ବରର କମିଶନରେଟ ପୋଲିସ ସହ କାମ କରୁଛନ୍ତି। ଟ୍ବିନିସିଟର ସମସ୍ତ ଥାନାଠୁ ଆରମ୍ଭ କରି ଟ୍ରାଫିକ ସମ୍ଭାଳିବା ACP ଓ ଅତିରିକ୍ତ DCP ଗାଡି ଚଳାଇଥାନ୍ତି ଏମାନେ। ଏତେ ମାତ୍ରାରେ ହୋମଗାର୍ଡ ଦିନରାତି ଏକ କରି ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସେମାନଙ୍କ ଦୁଃଖ ବୁଝିବାକୁ ନା ପୋଲିସ ମୁଖ୍ୟାଳୟର ମୁଖିଆମାନେ ପଦକ୍ଷେପ ନେଉନାହାନ୍ତି। ବଡ ବଡ ଭାଷଣ ଦେଇ ପୁଡିଆଟେ ବଢାଇ ଦେଇ ବଡ ବ୍ୟାନର ଓ ପୋଷ୍ଟର ଜରିଆରେ ପ୍ରତିଷ୍ଠା ଦିବସର ସାଜସଜା କରାଇ ଦିନଟିକୁ ପାଳନ କରୁଛନ୍ତି। ହେଲେ ବାସ୍ତବିକ ସମସ୍ୟା ପ୍ରତି କେହି ବି ଚିନ୍ତିତ ନାହାନ୍ତି ଯାହାକୁ ନେଇ ଏବେ ହୋମଗାର୍ଡ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details