ଓଡିଶା

odisha

ETV Bharat / city

କଏଦୀ ଓ ଅଭିଯୁକ୍ତଙ୍କ ପାଇଁ ନୂଆ କୋଭିଡ ଏସଓପି, ଡିଜି ଓ ଆଇଜିଙ୍କ ସହ ଜେଲ ବିଭାଗକୁ ଚିଠି - bhubaneswar news

କଏଦୀ ଓ ଅଭିଯୁକ୍ତଙ୍କ ପାଇଁ ନୂଆ କୋଭିଡ ଏସଓପି ଜାରି । ଏନେଇ ଜେଲ ବିଭାଗ, ଡିଜି ଓ ଆଇଜିଙ୍କ ସହ ସ୍ବାସ୍ଥ୍ୟ ସଚିବଙ୍କୁ ଗୃହ ପକ୍ଷରୁ ଏକ ଚିଠି ପଠାଯାଇଛି । ଅଧିକ ପଢନ୍ତୁ...

କଏଦୀ ଓ ଅଭିଯୁକ୍ତଙ୍କ ପାଇଁ ନୂଆ କୋଭିଡ ଏସଓପି, ଡିଜି ଓ ଆଇଜିଙ୍କ ସହ ଜେଲ ବିଭାଗକୁ ଚିଠି
କଏଦୀ ଓ ଅଭିଯୁକ୍ତଙ୍କ ପାଇଁ ନୂଆ କୋଭିଡ ଏସଓପି, ଡିଜି ଓ ଆଇଜିଙ୍କ ସହ ଜେଲ ବିଭାଗକୁ ଚିଠି

By

Published : Sep 3, 2020, 2:56 PM IST

ଭୁବନେଶ୍ବର: କଏଦୀ ଓ ଅଭିଯୁକ୍ତଙ୍କ ପାଇଁ ନୂଆ କୋଭିଡ ଏସଓପି ଜାରି । ଏନେଇ ଜେଲ ବିଭାଗ, ଡିଜି ଓ ଆଇଜିଙ୍କ ସହ ସ୍ବାସ୍ଥ୍ୟ ସଚିବଙ୍କୁ ଗୃହ ପକ୍ଷରୁ ଏକ ଚିଠି ପଠାଯାଇଛି ।

କଏଦୀ ଓ ଅଭିଯୁକ୍ତଙ୍କ ପାଇଁ ନୂଆ କୋଭିଡ ଏସଓପି, ଡିଜି ଓ ଆଇଜିଙ୍କ ସହ ଜେଲ ବିଭାଗକୁ ଚିଠି

ଏଣିକି କଏଦୀ ରିମାଣ୍ଡରେ ଗଲେ ପ୍ରଥମେ ସ୍କ୍ରିନିଂ ଟେଷ୍ଟ କରିବା ନିହାତି ଆବଶ୍ୟକ । ଯଦି କୌଣସି କଏଦୀଙ୍କୁ ରିମାଣ୍ଡରେ ନିଆଯାଏ କୋଭିଡ ଟେଷ୍ଟ ବା ରାଟ୍ ଟେଷ୍ଟ ହେବା ନିହାତି ଆବଶ୍ୟକ । ଆଉ ରାଟ ବା ରାପିଡ ଆଣ୍ଟିଜେନ ଟେଷ୍ଟ ନେଗେଟିଭ ହୁଏ ତେବେ ଅଭିଯୁକ୍ତ ରିମାଣ୍ଡରେ ଯାଇପାରିବେ । ଯଦି କୋଭିଡ ପଜିଟିଭ ହୁଅନ୍ତି ତେବେ କୋଭିଡ କେୟାର ସେଣ୍ଟର ନଚେତ କୋଭିଡ ହେଲଥ ସେଣ୍ଟର ବା କୋଭିଡ ହସ୍ପିଟାଲକୁ ପଠାଇବା ନେଇ ଏସଓପିରେ ଉଲ୍ଲେଖ ହୋଇଛି । ଜିଲ୍ଲା ହସ୍ପିଟାଲର ସିଡିଏମଓ ଏନେଇ କଏଦୀ ବା କୋର୍ଟକୁ ଫରୱାର୍ଡ ହେଉଥିବା ଅଭିଯୁକ୍ତଙ୍କୁ ପ୍ରାୟୋରିଟି ବେସିସରେ ଟେଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି ।

କଏଦୀ ଓ ଅଭିଯୁକ୍ତଙ୍କ ପାଇଁ ନୂଆ କୋଭିଡ ଏସଓପି, ଡିଜି ଓ ଆଇଜିଙ୍କ ସହ ଜେଲ ବିଭାଗକୁ ଚିଠି

ଏଥିସହ ଯଦି କଏଦୀ ରିମାଣ୍ଡ ପୂର୍ବରୁ ପଜିଟିଭ ହୋଇଥାନ୍ତି ତେବେ ତାଙ୍କୁ କୋଭିଡ କେୟାର ହସ୍ପିଟାଲ ନଚେତ କୋଭିଡ କେୟାର ସେଣ୍ଟରକୁ ପଠାଇବା ବାଧ୍ୟତାମୂଳକ । ଏଥିପାଇଁ ପୋଲିସ ଏସକର୍ଟ ଦେବାକୁ ବାଧ୍ୟତାମୂଳକ । ସେହିପରି ଏସକର୍ଟ ଦେଉଥିବା ପୋଲିସ ଯଦି ରୋଗୀକୁ କୋଭିଡ କେୟାର ବା ସେଣ୍ଟରକୁ ନେବା ସମୟରେ ଏସକର୍ଟ ଦେଉଥିଲେ ପରବର୍ତ୍ତୀ ସମୟରେ ତାଙ୍କୁ ୧୪ ଦିନ କ୍ବାରେନଣ୍ଟାଇନ ବା ହୋମ ଆଇସୋଲେସନରେ ରହିବାକୁ ବାଧ୍ୟ । ଯଦି ନୂଆ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଏ ତେବେ ତାଙ୍କୁ ପିପିଇ କିଟ ପିନ୍ଧି ଏସକର୍ଟ ଦେବେ । ଏଥିସହ ଭର୍ଚୁଆଲ ଫର୍ମାଟରେ କୋର୍ଟ ଉପସ୍ଥାପନା କରିବାକୁ ନିର୍ଦ୍ଦେଶ ରହିଛି । ତେବେ କୋଭିଡ ପଜିଟିଭ କଏଦୀଙ୍କ ରିପୋର୍ଟକୁ ନେଇ ରିମାଣ୍ଡ ପରେ କୋର୍ଟଙ୍କ ଅନୁମତି କ୍ରମେ କୋର୍ଟରେ ହାଜର କରିବାକୁ ଏବଂ ଜେଲକୁ ପଠାଯିବା ନେଇ ଏସଓପିରେ ଉଲ୍ଲେଖ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details