ଭୁବନେଶ୍ବର: ସାରା ରାଜ୍ୟରେ ଚତୁର୍ଦ୍ଧାବିଗ୍ରହଙ୍କ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି । ଗୋଟିଏ ପଟେ ଶ୍ରୀଗୁଣ୍ଡିଚା ଶ୍ରୀହିନ ହୋଇପଡିଥିବାବେଳେ ଶ୍ରୀଜିଉଙ୍କୁ ପୁଣି ଥରେ ଦେଉଳରେ ପାଇ ଚଳଚଞ୍ଚଳ ଶ୍ରୀମନ୍ଦିର । ସେପଟେ ରାଜଧାନୀରେ କୁନି ପିଲାଙ୍କ ସହ ରଥରେ ଶ୍ରୀମନ୍ଦିର ବାହୁଡିଛନ୍ତି ମହାବାହୁ । କୁନି କୁନି ପିଲାଙ୍କ ଦ୍ବାରା ଏଠାରେ ରଥଟଣା ହୋଇଥାଏ ।
ଦୀର୍ଘ 14 ବର୍ଷ ଧରି ପୁରୁଣା ଭୁବନେଶ୍ବରର ବିଭିନ୍ନ ସାହିର ଲୋକଙ୍କ ସହାୟତାରେ ଆୟୋଜିତ ହୋଇଆସୁଛି ଏହି ରଥଯାତ୍ରା । ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଛୋଟ ଛୋଟ ପିଲାଙ୍କ ଦ୍ବାରା ନିର୍ମିତ ରଥରେ ଶ୍ରୀଜିଉ ଜମ୍ବେଶ୍ୱର ପାଟଣାରୁ ଗଙ୍ଗାଯମୁନାରେ ଥିବା ମାଉସୀ ମା ଘରକୁ ଯାଇଥିଲେ । ନବଦିନାତ୍ମକ ରହଣ ପରେ ଆଜି ପୁଣି ନିଜ ସ୍ଥାନକୁ କୁନି କୁନି ଶ୍ରଦ୍ଧାଳୁଙ୍କ ଦ୍ୱାରା ବାହୁଡ଼ିଛନ୍ତି ।