ଭୁବନେଶ୍ବର:ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନର ପିଣ୍ଡଦାନରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଥିବାରୁ ଆତ୍ମୀୟ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଥାନ୍ତି । ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ମହାଳୟା ଅମାବାସ୍ୟାରେ ଏହା ହେଉଥିବାରୁ ଏହାକୁ ମହାଳୟା ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ କୁହାଯାଏ । ପୁରୀ ବଡ ଦେଉଳ ବାଇଶ ପାହାଚରେ ପିଣ୍ଡଦାନ ହୁଏ ।
ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଭକ୍ତଙ୍କ ପାଇଁ ଖୋଲା ରହିଛି ବିଭିନ୍ନ ଧର୍ମାନୁଷ୍ଠାନ । ଏନେଇ ଆଜି ପୁରୀ ଓ ଭୁବନେଶ୍ବରର ବିନ୍ଦୁସାଗରରେ ପିଣ୍ଡଦାନ ପାଇଁ ଲାଗିଛି ଆତ୍ମୀୟସ୍ଵଜନଙ୍କ ଭିଡ । ବିନ୍ଦୁସାଗର କୂଳରେ ବ୍ରାହ୍ମଣଙ୍କ ମନ୍ତ୍ରତତ୍ତ୍ୱ ସହ ପିତୃପୁରୁଷଗଣଙ୍କ ମୋକ୍ଷ ପାଇଁ ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁ ପିଣ୍ଡଦାନ କରୁଛନ୍ତି । ଏହାକୁ ନେଇ ବିନ୍ଦୁସାଗର ଓ କୂଳ ରାସ୍ତାରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି । କାରଣ ଗତଦୁଇ ବର୍ଷ ହେବ ଏହି ସବୁ ସ୍ଥାନରେ ପିତୃପୁରୁଷଗଣଙ୍କ ପାଇଁ ତର୍ପଣ କରିବାର ସୁଯୋଗ ପାଇଛନ୍ତି ଆତ୍ମୀୟ । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ଭିଡ ଥିବାରୁ ଏଭଳି ଜାମ ଦେଖିବାକୁ ମିଳିଛି । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃ ପକ୍ଷର ଆଜି ହେଉଛି ଶେଷ ଦିନ ।
ଏହା ମଧ୍ୟ ପଢନ୍ତୁ-ଆଜି ପବିତ୍ର ମହାଳୟା, ପୁରୀରେ ପିତୃପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ