ହାଇଦ୍ରାବାଦ: ଖୁସି, ଆନନ୍ଦ ଉଲ୍ଲାସର ସମାରୋହ। ରଙ୍ଗର ପର୍ବ ହୋଲି। ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ଏହାକୁ ପାଳନ କରାଯାଏ। ତେବେ ଏହି ରଙ୍ଗରେ ଯେ କେବଳ ଲୋକେ ରଙ୍ଗେଇ ହୁଅନ୍ତି ତାହା ନୁହେଁ ଭଗବାନ ମଧ୍ୟ ଫଗୁ ରଙ୍ଗରେ ରଙ୍ଗୀନ ହୁଅନ୍ତି। ତେବେ ହୋଲିର ଦିନକ ପୂର୍ବରୁ ପାଳନ କରାଯାଏ ହୋଲିକା ଦହନ।
କାହିଁକି ପାଳନ କରାଯାଏ ହୋଲିକା ଦହନ ?
ଅଧର୍ମ ଉପରେ ଧର୍ମର ବିଜୟ ପର୍ବ ଭାବେ ପାଳିତ ହୁଏ ହୋଲିକା ଦହନ। ପୌରାଣିକ କଥା ଅନୁସାରେ, ହିରଣ୍ୟକଶ୍ୟପର ଭଉଣୀ ,ଯେ କି ଶିବଙ୍କ ଠାରୁ ବର ପ୍ରାପ୍ତ କରିଥିଲେ ଯେ ସେ ଜଳରେ ବୁଡ଼ିବେ ନାହିଁ କି ନିଆଁରେ ପୋଡ଼ିବେ ନାହିଁ ।
ନାସ୍ତିକତା ପ୍ରମତ୍ତ ହିରଣ୍ୟକଶ୍ୟପକୁ ଭଗବାନ ବିଷ୍ଣୁଙ୍କ ମାୟାରେ ଶିକ୍ଷା ଦେବାପାଇଁ ହୋଲିକା ରାକ୍ଷସୀକୁ ପୁତ୍ର ପ୍ରହ୍ଲାଦ ସହିତ ଅଗ୍ନିରେ ପ୍ରବେଶ କରାଇଥିଲା,ଏହି ଅଗ୍ନିରେ ଭଗବାନ ବିଷ୍ଣୁଙ୍କୁ ସ୍ୱଚ୍ଛ ମନରେ ପ୍ରାର୍ଥନା କରି ପ୍ରହଲ୍ଲାଦ ବଞ୍ଚିଯାଇଥିଲେ ଓ ଖରାପ ମନୋଭାବ ରଖି ନିଆଁରେ ବସିଥିବା ହୋଲିକା ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
ହୋଲିକା ଦହନ ବେଳେ ଗାଁର ସମସ୍ତେ ଏକଜୁଟ୍ ହୋଇ କାଠ ଓ ନଡା ପକାଇ ଜାଳିବା ସହ ତାର ଚାରିପାଖେ ବୁଲନ୍ତି। ଯାହା ହୋଲିକା ଦହନ ନାମରେ ପରିଚିତ ।
ହୋଲିକା ଦହନର ମହତ୍ତ୍ବ
କୁହାଯାଏ ହୋଲିକା ଦହନ ଦିନ ମନୁଷ୍ୟ ଜୀବନରୁ ପ୍ରତ୍ୟେକ ଦୁଃଖ ଦୂର ହେବା ସହ ମନସ୍କାମନା ପୂରଣ ହୋଇଥାଏ। ହୋଲିକା ଦହନ ଦିନ ବିଧି-ବିଧାନର ସହ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ।