ଓଡିଶା

odisha

ETV Bharat / city

ରାଶି ଅନୁସାରେ ଫଗୁ ଓ ଅବିର ଖେଳର ରହିଛି ଅନେକ ମହତ୍ବ - ହୋଲି ଉତ୍ସବ

ଦ୍ବାପର ଯୁଗରୁ ଫଗୁ ଓ ଅବିର ଖେଳର ପ୍ରଥା ରହିଛି ବୋଲି ବିଶ୍ବାସ ରହିଛି । ହିନ୍ଦୁ ଧର୍ମର ପ୍ରଥା ଅନୁସାରେ ଅସୁରୁଣୀ ହୋଲିକାକୁ ପ୍ରଭୁ ଶ୍ରୀକୃଷ୍ଣ ବଧ କରିଥିଲେ । ଆଉ ସେବେଠୁ ପାଳନ ହୋଇଆସୁଛି ଏହି ପର୍ବ । ୧୨ ଟି ରାଶି ନବଗ୍ରହ ଅନ୍ତର୍ଭୁକ୍ତ । ନବ ଗ୍ରହଙ୍କ ବିଭିନ୍ନ ରଙ୍ଗ ରହିଛି ଓ ପ୍ରତି ରାଶିର ମଧ୍ୟ ସ୍ବତନ୍ତ୍ର ରଙ୍ଗ ରହିଛି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ....

aa
ମଣିଷ ଜୀବନରେ ରଙ୍ଗର ସ୍ୱତନ୍ତ୍ର ପ୍ରଭାବ ରହିଛି

By

Published : Mar 10, 2020, 6:19 AM IST

ଭୁବନେଶ୍ବର: ଭାତୃପ୍ରୀତି, ବନ୍ଧୁ ମିଳନ ସାଙ୍ଗକୁ ରଙ୍ଗର ପର୍ବ ହେଉଛି ହୋଲି । ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବା ପାଇଁ ପ୍ରସ୍ତୁତ ପ୍ରତି ଭାରତୀୟ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ବି ବିମାନରେ ବସି ଖେଳିସାରିଲେଣି ଅବିର । ତେବେ ଏହି ରଙ୍ଗର ପ୍ରଭାବ ପ୍ରତିଦିନ ଆମ ଜୀବନରେ ଦେଖିବାକୁ ମିଳେ । ରଙ୍ଗରେ ପ୍ରଭାବିତ ହୁଅନ୍ତି ରାଶିନକ୍ଷତ୍ର । ସୌର ଜଗତର ୧୨ ଟି ରାଶି ଓ ୯ ଟି ଗ୍ରହ ମଧ୍ୟ ଭିନ୍ନ ଭିନ୍ନ ରଙ୍ଗ ଦ୍ବାରା ପରିଚାଳିତ । ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କଣ ରହିଛି ରଙ୍ଗର ପ୍ରଭାବ ଦେଖନ୍ତୁ ଏହି ରିପୋର୍ଟ ।

ସୂର୍ଯ୍ୟ - ସିଂହ ରାଶିର ଅଧିପତି ହେଉଛନ୍ତି ରବି ଓ ସୂର୍ଯ୍ୟ । ପ୍ରତ୍ୟେକ ରବିବାର ନାଲି ରଙ୍ଗର ବସ୍ତ୍ର ପରିଧାନ । ଆମିଷ ତ୍ୟାଗ କରି ପୂଜାର୍ଚ୍ଚନା କଲେ ଫଳ ପ୍ରାପ୍ତି ହୁଏ ।

କର୍କଟ ଅଧିପତି ଚନ୍ଦ୍ର
ଚନ୍ଦ୍ର - କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର । ପ୍ରତ୍ୟେକ ସୋମବାର ଆମିଷ ତ୍ୟାଗ କରି, ଶ୍ବେତ ବସ୍ତ୍ର ପରିଧାନ କରି ଗାୟତ୍ରୀ ମନ୍ତ୍ର ଜପ କରିବା ଓ ଚନ୍ଦ୍ର ଦର୍ଶନ କଲେ ପୁଣ୍ୟ ମିଳେ ।
କର୍କଟ ଅଧିପତି ଚନ୍ଦ୍ର
ମଙ୍ଗଳ - ମେଷ ଓ ବିଛା ରାଶିର ଅଧିପତି ହେଉଛନ୍ତି ମଙ୍ଗଳ । ଶାକାହାରୀ ରହି ନାଲି ବସ୍ତ୍ର ପରିଧାନ କରି ଗାୟତ୍ରୀ ମନ୍ତ୍ର ଜପ କଲେ ଫଳପ୍ରାପ୍ତି ହୁଏ ।
ମେଷ ଓ ବିଛା- ଅଧିପତି -ମଙ୍ଗଳ
ବୁଧ - କନ୍ୟା ଓ ମିଥୁନ ରାଶିର ଅଧିପତି ହେଉଛନ୍ତି ବୁଧ । ସବୁଜ ବସ୍ତ୍ର ପରିଧାନ କରି, ଆମିଷ ନଖାଇ ବୁଧଙ୍କ ଗାୟତ୍ରୀ ମନ୍ତ୍ର ଜପ କଲେ ଉପକାର ହୁଏ ।
କନ୍ୟା ଓ ମିଥୁନ- ଅଧିପତି ବୁଧ
ବୃହସ୍ପତି - ମୀନ ଓ ଧନୁ ରାଶିର ବ୍ୟକ୍ତି ପ୍ରତ୍ୟେକ ଗୁରୁବାର ହଳଦିଆ ବସ୍ତ୍ର ପରିଧାନ କରି, ଗାୟତ୍ରୀ ମନ୍ତ୍ର ଜପ କଲେ ପୁଣ୍ୟ ଲାଭ ହୁଏ ।
ମୀନ ଓ ଧନୁ- ଅଧିପତି ବୃହସ୍ପତି
ଶୁକ୍ର- ବୃଷ ଓ ତୁଳା ରାଶିର ଅଧିପତି ହେଉଛନ୍ତି ଶୁକ୍ର । ଶୁକ୍ରବାର ଶୁକ୍ଳ ବସ୍ତ୍ର ପରିଧାନ କରି ଶୁକ୍ରଙ୍କ ଗାୟତ୍ରୀ ମନ୍ତ୍ର ଜପ କଲେ ଫଳପ୍ରାପ୍ତି ହୁଏ ।
ବୃଷ ଓ ତୁଳା- ଅଧିପତି ଶୁକ୍ର
ଶନି- ମକର ଓ କୁମ୍ଭ ରାଶିର ଅଧିପତି ହେଉଛନ୍ତି ଶନି । ଆମିଷ ତ୍ୟାଗ କରି ଶନିବାର କଳା ରଙ୍ଗର ବସ୍ତ୍ର ପରିଧାନ କରି ଶନିଙ୍କ ଗାୟତ୍ରୀ ମନ୍ତ୍ର ଜପ କଲେ ସୂର୍ଯ୍ୟ ପୁତ୍ର ଶନିଦେଵ କୃପା କରନ୍ତି ।
ମକର ଓ କୁମ୍ଭ- ଅଧିପତି ଶନି
ରାହୁ ଓ କେତୁ ହେଉଛନ୍ତି ଛାୟାଗ୍ରହ । ନୀଳ ବସ୍ତ୍ର ପରିଧାନ କରି ରାହୁଙ୍କ ଗାୟତ୍ରୀ ମନ୍ତ୍ର ଜପ କଲେ ଉପକାର ହୁଏ ।
ରାଶି ଅନୁସାରେ ଫଗୁ ଓ ଅବିର ଖେଳର ରହିଛି ଅନେକ ମହତ୍ବ
ଶେଷରେ ଧୂମ୍ର ବସ୍ତ୍ର ପରିଧାନ କରି ଶନିବାର ଆମିଷ ତ୍ୟାଗ କରି କେତୁଙ୍କ ଗାୟତ୍ରୀ ମନ୍ତ୍ର ଜପ କଲେ କେତୁ ପ୍ରସନ୍ନ ହୁଅନ୍ତି । ତେଣୁ ରଙ୍ଗର ପର୍ବ ହୋଲିକୁ ସମସ୍ତେ ଫଗୁ ବା ଅବିର ସହ ଖେଳିବା ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ ।ରାଶି ଅନୁଯାୟୀ ସେହି ରଙ୍ଗର ବସ୍ତ୍ର ପରିଧାନ କରି ପୂଜାପାଠ କଲେ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ବାସ ରହିଛି । ସେହିପରି ରଙ୍ଗ ମଣିଷ ଜୀବନରେ ପ୍ରଭାବ ପକାଇଥିବାରୁ ରଙ୍ଗର ପର୍ବ ହୋଲି ଖେଳିଲେ ମଙ୍ଗଳ ହୋଇଥାଏ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details