ଓଡିଶା

odisha

ETV Bharat / city

ହୋଲି ପାଇଁ ବିଏମସି ଜାରି କଲା ଗାଇଡଲାଇନ - coronavirus latest news

ହୋଲି ପାଇଁ କଟକଣା ଜାରି କଲା ବିଏମସି । ଚଳିତ ବର୍ଷ ମଧ୍ୟ ହୋଲିକୁ କୋରୋନା କଟକଣା ମଧ୍ୟରେ ପାଳନ କରିବା ପାଇଁ ଏସଆରସି ନିର୍ଦ୍ଦେଶ ଜାରୀ କରିଛନ୍ତି । ସର୍ବସାଧାରଣରେ ହୋଲି ଖେଳିବା ଉପରେ ଲାଗିଛି ରୋକ । ଅଧିକ ପଢନ୍ତୁ...

Holi guideline by bhubaneswar municipal commissioner
ହୋଲି ପାଇଁ କଟକଣା ଜାରି କଲା ବିଏମସି

By

Published : Mar 20, 2021, 1:56 PM IST

ଭୁବନେଶ୍ବର:ହୋଲି ପାଇଁ କଟକଣା ଜାରି କଲା ବିଏମସି । ଚଳିତ ବର୍ଷ ମଧ୍ୟ ହୋଲିକୁ କୋରୋନା କଟକଣା ମଧ୍ୟରେ ପାଳନ କରିବା ପାଇଁ ଏସଆରସି ନିର୍ଦ୍ଦେଶ ଜାରୀ କରିଛନ୍ତି । ହୋଲି ପାଳନ ପାଇଁ ବିଏମସିର ଗାଇଡ଼ଲାଇନ ସମ୍ପର୍କରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଏସଆରସିଙ୍କ ଦ୍ୱାରା ଜାରି ଗାଇଡ଼ଲାଇନକୁ କଡାକଡି ପାଳନ କରାଯିବ । ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ରହିବ। ସର୍ବସାଧାରଣରେ ହୋଲି ଖେଳିବା ଉପରେ ଲାଗିଛି ରୋକ। ନିଜ ଘରେ ପରିବାର ସଦସ୍ୟଙ୍କ ସହ ଖେଳିପାରିବେ ହୋଲି । ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ । ଦୋଳ ଯାତ୍ରାରେ ପ୍ରତ୍ୟେକ ବିମାନ ସହ ସର୍ବାଧିକ 5 ରୁ 6 ଜଣଙ୍କୁ ଅନୁମତି । ମେଳଣ ସ୍ଥାନରେ ଏକା ସାଙ୍ଗରେ ନୁହଁ ବରଂ ପର୍ଯ୍ୟାୟ କ୍ରମେ ଆସିବ ବିମାନ। ମେଳନରେ ମଧ୍ୟ ସର୍ବାଧିକ 50 ରୁ 60 ଜଣଙ୍କୁ ଅନୁମତି ଦିଆଯିବ। ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ।

ହୋଲି ପାଇଁ ବିଏମସି ଜାରି କଲା ଗାଇଡଲାଇନ

ରାଜ୍ୟରେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦୦ ପାର କରିଛି । ଉଭୟ କଟକ ଓ ଭୁବନେଶ୍ୱରରେ ସଂଖ୍ୟା ବୃଦ୍ଧି ପାଇଛି। ଏଣୁ ଅସାବଧାନତା ନୁହଁ ବରଂ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଜରୁରୀ। ଭୁବନେଶ୍ୱରରେ ଦୁଇଜଣ ବିଦେଶୀ ଫେରନ୍ତା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details