ଭୁବନେଶ୍ବର: ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଇଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥା ଅବଧିକୁ ଆସନ୍ତା ଅଗଷ୍ଟ 31 ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ ଦେଖା ଦେଇଥିବା ଉତ୍କଟ ପରିସ୍ଥିତିକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣା ପଡିଛି ।
ଅଗଷ୍ଟ 31 ଯାଏଁ ବଢିଲା ରାଜ୍ୟରେ ହୋଲ୍ଡିଂ ଟ୍ୟାକ୍ସ ଅବଧି - ଓଡିଶାରେ କୋରୋନା ଅପଡେଟ
ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଇଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥା ଅବଧିକୁ ଆସନ୍ତା ଅଗଷ୍ଟ 31 ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
![ଅଗଷ୍ଟ 31 ଯାଏଁ ବଢିଲା ରାଜ୍ୟରେ ହୋଲ୍ଡିଂ ଟ୍ୟାକ୍ସ ଅବଧି holding tax period in odisha, holding tax, corona update in odisha, holding tax latest news, ରାଜ୍ୟରେ ହୋଲ୍ଡିଂ ଟ୍ୟାକ୍ସ ଅବଧି, ହୋଲ୍ଡିଂ ଟ୍ୟାକ୍ସ, ଓଡିଶାରେ କୋରୋନା ଅପଡେଟ, ହୋଲ୍ଡିଂ ଟ୍ୟାକ୍ସ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-7959857-569-7959857-1594307771318.jpg)
ସୂଚନା ଅନୁଯାୟୀ ରାଜ୍ୟରେ ଥିବା ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସିରେ ରହୁଥିବା ବାସିନ୍ଦାଙ୍କ ପାଇଁ ପୂର୍ବରୁ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେବା ପାଇଁ ମେ’ ମାସ ଯାଏଁ ରିହାତି ରହିଥିଲା । ହେଲେ ବର୍ତ୍ତମାନ ପରିସ୍ଥିତି ପାଇଁ ଏହି ଅବଧିକୁ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହାଦ୍ବାରା ସହରାଞ୍ଚଳ ଲୋକେ ଉପକୃତ ହେବେ ବୋଲି ଆଶା ରହିଛି । କେବଳ ସେତିକି ନୁହେଁ ଲୋକେ କିପରି ସହଜରେ ଓ ବିନା କୌଣସି ଆର୍ଥିକ ବୋଝରେ ଟିକସ ଦେଇପାରିବେ ସେନେଇ ମଧ୍ୟ ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ