ଓଡିଶା

odisha

ETV Bharat / city

ହୋଲଡିଂ ଟ୍ୟାକ୍ସ ସ୍ଥଗିତ ପ୍ରସଙ୍ଗ, ପ୍ରଭାବିତ ହୋଇପାରେ ଭୁବନେଶ୍ବରରେ ବିକାଶ ମୂଳକ କାର୍ଯ୍ୟ - ହୋଲ୍ଡିଂ ଟ୍ୟାକ୍ସ ବିବାଦ

ଥମିବାର ନାଁ ନେଉନି ହୋଲଡିଂ ଟ୍ୟାକ୍ସ ବିବାଦ । ଏପରି କହିଲେ ବିଏମସି କମିଶନର । ପଢନ୍ତୁ ଅଧିକ .....

ହୋଲଡିଂ ଟ୍ୟାକ୍ସ ସ୍ତଗିତ ପ୍ରସଙ୍ଗ, ପ୍ରଭାବିତ ହୋଇପାରେ ଭୁବନେଶ୍ବରରେ ବିକାଶ ମୂଳକ କାର୍ଯ୍ୟ
ହୋଲଡିଂ ଟ୍ୟାକ୍ସ ସ୍ତଗିତ ପ୍ରସଙ୍ଗ, ପ୍ରଭାବିତ ହୋଇପାରେ ଭୁବନେଶ୍ବରରେ ବିକାଶ ମୂଳକ କାର୍ଯ୍ୟ

By

Published : Mar 16, 2021, 10:16 PM IST

ଭୁବନେଶ୍ବର :ଥମିବାର ନାଁ ନେଉନି ହୋଲଡିଂ ଟ୍ୟାକ୍ସ ବିବାଦ । ହୋଲଡିଂ ଟିକସକୁ ନେଇ ବଡ଼ ବୟାନ ରଖିଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ । ପରିବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସ୍ଥଗିତ ରଖାଯାଇଛି । ହାଇକୋର୍ଟଙ୍କ ରାୟକୁ ସରକାର ଅପେକ୍ଷା କରିଛନ୍ତି,ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ହୋଲଡିଂ ଟ୍ୟାକ୍ସ ଆଦାୟ ହେବ,୯୦ କୋଟି ଟଙ୍କାର ବକେୟା ଫୀ ଆଦାୟ ପାଇଁ ବିଏମସି ଲକ୍ଷ ରଖିଥିବାବେଳେ ଏବେ ସୁଦ୍ଧା ମାତ୍ର ୨୩ କୋଟି ଟଙ୍କା ଆଦାୟ ହୋଇଛି।

ହୋଲଡିଂ ଟ୍ୟାକ୍ସ ସ୍ତଗିତ ପ୍ରସଙ୍ଗ, ପ୍ରଭାବିତ ହୋଇପାରେ ଭୁବନେଶ୍ବରରେ ବିକାଶ ମୂଳକ କାର୍ଯ୍ୟ

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରିଥିଲା ବିଏମସି, ହେଲେ କୋର୍ଟର ନିର୍ଦ୍ଧେଶ ନ ଆସିଲା ପର୍ଯ୍ୟନ୍ତ ଟ୍ୟାକ୍ସ ଆଦାୟ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ବଡ଼ ପ୍ରଶ୍ନ ଉଠିଛି କି ସେ ବିକାଶ ମୂଳକ କାର୍ଯ୍ୟ ପ୍ରଭାବିତ ହେବ କି ? ଏବେ ସ୍ଥଗିତାଦେଶ ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଇବ ବିଏମସି ।ବର୍ତ୍ତମାନ ଭୁବନେଶ୍ବରରେ ପ୍ରତି ୱାର୍ଡରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ରାଜସ୍ବ ଆଦାୟ ନ ହେଲେ ଏଥିରେ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିବା କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ । ସେପଟେ ଭୁବନେଶ୍ବର ବାସିନ୍ଦା ଶରତ କର ପରିବର୍ଦ୍ଧିତ ୧୦ ଗୁଣା ହୋଲଡିଂ ଟ୍ୟାକ୍ସ ଆଦାୟକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ହୋଲଡିଂ ଟ୍ୟାକ୍ସ ଆଦାୟ ଠାରୁ ଏ ପର୍ଯ୍ୟନ୍ତ କୌଣସି କ୍ଳାରୀଟି ନାହିଁ । କୋଉ ଆଧାରରେ ବେଞ୍ଚମାର୍କ ମୂଲ୍ୟ ନିର୍ଦ୍ଧାରଣ କରାଗଲା ତାହାର କୌଣସି ମାପଦଣ୍ଡ ବୁଝି ହେଉନାହିଁ ବୋଲି ସେ କହିଛନ୍ତି । ସବୁଠୁ ବଡ କଥା ଯେଉଁମାନେ ପରିବର୍ଦ୍ଧିତ ଟ୍ୟାକ୍ସ ଦେଇଛନ୍ତି ସେମାନେ କେମିତି ତାଙ୍କ ଟଙ୍କା ଫେରି ପାଇବେ ତାହା ମଧ୍ୟ ଏବେ ବଡ଼ ପ୍ରଶ୍ନ ।

ଭୁବନେଶ୍ବରରୁ ସଞୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details