କୋଭିଲପଟ୍ଟି(ତାମିଲନାଡୁ):ଚଳିତ ଏକାଦଶତମ ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚାମ୍ପିଅନସିପ୍ ୨୦୨୧ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହକି ଚଣ୍ଡିଗଡ ଓ ହକି ଉତ୍ତର ପ୍ରଦେଶ ବିଜୟ ସହ ପ୍ରତିଯୋଗିତାର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
ପ୍ରଥମ ସେମିଫାଇନାଲ ହକି ଆସୋସିଏସନ ଅଫ୍ ଓଡିଶା ଓ ହକି ଚଣ୍ଡିଗଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ କଡା ସଂଘର୍ଷପୂର୍ଣ୍ଣ ରହିଛି । ମ୍ୟାଚ୍ର ସଂପୂର୍ଣ୍ଣ ୬୦ ମିନିଟ ଖେଳ ପରେ କୌଣସି ଟିମ ବିଜେତା ହୋଇନଥିଲେ । ଉଭୟଙ୍କ ସ୍କୋର ୨-୨ରେ ବରାବର ରହିଥିଲା । ଫଳରେ ପେନାଲିଟି ସୁଟ୍ଆଉଟ୍ ଜରିଆରେ ବିଜେତା ନିର୍ଣ୍ଣୟ ପାଇଁ ସ୍ଥିର ହୋଇଥିଲା । ହକି ଚଣ୍ଡିଗଡ ୩-୦ ଗୋଲ୍ରେ ବାଜି ମାରିନେଇଥିଲା । ଓଡିଶା ପକ୍ଷରୁ ସୁଦୀପ ଚିରମାକୋ(୧୧') ଓ ପ୍ରଶାନ୍ତ ଲାକ୍ରା(୩୭')ତମ ମିନିଟ୍ର ଗୋଲ୍ କରିଥିଲେ ।