ଓଡିଶା

odisha

ETV Bharat / city

'ପ୍ରତିଷେଧକ ବ୍ୟବସ୍ଥା ଏବଂ ସଂକ୍ରମଣର ପରବର୍ତ୍ତୀ ଯତ୍ନ ଏଚଆଇଭି/ଏଡସ୍‌କୁ ରୋକିପାରିବ' - ଜାତୀୟ ଏବଂ ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ

ଏଚଆଇଭି/ଏଡସ୍‌ ନେଇ ଜାତୀୟ ଏବଂ ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷେଧକ ବ୍ୟବସ୍ଥା ଏବଂ ସଂକ୍ରମଣର ପରବର୍ତ୍ତୀ ଯତ୍ନ ଏଚଆଇଭି/ଏଡସ୍‌କୁ ରୋକିପାରିବ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

By

Published : Sep 25, 2019, 6:23 AM IST

ଭୁବନେଶ୍ବର: ଏଚଆଇଭି/ଏଡସ୍‌ ନେଇ ଜାତୀୟ ଏବଂ ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସଂସ୍ଥା ମଙ୍ଗଳବାର ଭୁବନେଶ୍ବରରେ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାବଧାନତା ଏବଂ ସଂକ୍ରମଣର ପରବର୍ତ୍ତୀ ଯତ୍ନ ଏଚଆଇଭି/ଏଡସ୍‌ ପରିଚାଳନାର ମୂଳମନ୍ତ୍ର । ହେଲେ ଏଚଆଇଭି ଯୁକ୍ତ ବ୍ୟକ୍ତି ବିଶେଷଙ୍କୁ ସାମୁଦାୟିକ ସେବା ଯତ୍ନ ଯୋଗାଇ ଦେବା ଜାତୀୟ ଏଡସ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ୧୯୯୬ ମସିହାରେ ୪୮ ହଜାର ଏଚଆଇଭି ଯୁକ୍ତ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ୨୦୧୯ରେ ଏହାର ସଂଖ୍ୟା 50ପ୍ରତିଶତ କମିଛି । ପ୍ରତିଷେଧକ ବ୍ୟବସ୍ଥା ଏବଂ ସଂକ୍ରମଣର ପରବର୍ତ୍ତୀ ଯତ୍ନ ଏଚଆଇଭି/ଏଡସ୍‌ଜନିତ ବିପଦକୁ ଦୂରେଇ ଦିଆଯାଇପାରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ସୂଚନାଯୋଗ୍ୟ, ରାଜ୍ୟରେ ବିଭିନ୍ନ ଏନଜିଓ ଏଡସ୍‌ ସଚେତନତା ନେଇ କାର୍ଯ୍ୟ ଜାରି ରଖିଛନ୍ତି । ଶ୍ରମିକ ମାନଙ୍କୁ ଏଚ୍‌ଆଇଭି ନିରାକରଣ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଅବଗତ କରାଯାଉଛି । ଏଡସ୍‌ ଚିହ୍ନଟ ବ୍ୟକ୍ତିଙ୍କ ଚିକିତ୍ସା ନେଇ ୨୦୧୯-୨୦ ବାର୍ଷିକ ପ୍ଲାନ ଦ୍ବାରା ନୂତନ ଏଆର୍ଟି ସେଣ୍ଟର ଖୋଳାଯିବାର ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ନବ କିଶୋର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details