ଓଡିଶା

odisha

ETV Bharat / city

ହିନ୍ଦୋଳ SDPOଙ୍କ ଖୋଲୁଛି ଗୁମର, ସ୍କାନରରେ ପତ୍ନୀ ଓ ଝିଅ - ହିନ୍ଦୋଳ ଏସଡିପିଓଙ୍କ ଖୋଲୁଛି ଗୁମର

ରିମାଣ୍ଡରେ ଆସିବେ ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ । ବୁଧବାର କ୍ରସର ମାଲିକଙ୍କ ପାଖରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କଟକ ଭିଜିଲାନ୍ସର ଏକ ଦଳ ମଳୟଙ୍କୁ କାବୁ କରିଥିଲା । ଅଧିକ ପଢନ୍ତୁ

ହିନ୍ଦୋଳ SDPOଙ୍କ ଖୋଲୁଛି ଗୁମର, ସ୍କାନରରେ ପତ୍ନୀ ଓ ଝିଅ
ହିନ୍ଦୋଳ ଏସଡିପିଓଙ୍କ ଖୋଲୁଛି ଗୁମର, ସ୍କାନରରେ ପତ୍ନୀ ଓ ଝିଅ

By

Published : Jun 2, 2022, 1:23 PM IST

Updated : Jun 2, 2022, 2:07 PM IST

କଟକ: ଭିଜିଲାନ୍ସ ଦ୍ୱାରା ଢେଙ୍କାନାଳ ହିନ୍ଦୋଳ ଏସଡିପିଓ ଗିରଫ ଘଟଣା । ରିମାଣ୍ଡରେ ଆସିବେ କୁବେର ଏସଡିପିଓ ମଳୟ କିଶୋର ନାୟକ । ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଥିବା ଆକଳନ କରାଯାଇଥିବା ବେଳେ ଅନେକ ଲୋକଙ୍କ ଠାରୁ ବାବୁ ଜଣଙ୍କ ଲାଞ୍ଚ ନେଇଥିବା ଜଣାପଡିଛି । ପତ୍ନୀ ଓ ଝିଅଙ୍କ ଫୋନ ପେ, ଗୁଗୁଲ ପେକୁ ମଧ୍ୟ ମୋଟା ଅଙ୍କର ଟଙ୍କା କାରବାର ହେଉଥିବା ଜଣାପଡିଛି । ତେଣୁ ଏଥିରେ ତାଙ୍କ ପତ୍ନୀ ଓ ଝିଅ ସାମିଲ ଥିବା ନେଇ ଅଧିକ ଖୋଲତାଡ଼ ଜାରି ରଖିଛି ଭିଜିଲାନ୍ସ । ଗିରଫ ପରେ ଆଜି ଢେଙ୍କାନାଳ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ କଟକ ଡିଭିଜନ ଏସପି ଅକ୍ଷୟ ମିଶ୍ର ।

ଏହା ମଧ୍ୟ ପଢନ୍ତୁ:-ଲାଞ୍ଚ ନେବାବେଳେ ଭିଜିଲାନ୍ସ କାବୁରେ ହିନ୍ଦୋଳ SDPO

ହିନ୍ଦୋଳ SDPOଙ୍କ ଖୋଲୁଛି ଗୁମର, ସ୍କାନରରେ ପତ୍ନୀ ଓ ଝିଅ

ତେବେ ହିନ୍ଦୋଳ ଉପଖଣ୍ଡର କାରନ୍ଦା ଅଞ୍ଚଳରେ ଥିବା ଦୁଃଖବନ୍ଧୁ ସାହୁ ନାମକ ଜଣେ କ୍ରସର ମାଲିକଙ୍କୁ କ୍ରସରରେ କାମ କରୁଥିବା ଦଳିତ ଲୋକଙ୍କୁ ମାନସିକ ନିର୍ଯାତନା ଦେଉଥିବା ପରି ଏସିଏସଟି ମାମଲାରେ ଛନ୍ଦି ଦେବା ଭୟ ଦେଖାଇ ୫୦ ହଜାର ଟଙ୍କା ଦାବି କରିଥିଲେ । ତେବେ ୩୦ ହଜାର ଟଙ୍କା ନେବା ପାଇଁ ମୂଳଚାଲ ଛିଣ୍ଡିଥିଲା । ଏସମ୍ପର୍କରେ ଦୁଃଖବନ୍ଧୁ କଟକ ଭିଜିଲାନ୍ସରେ ଅଭିଯୋଗ କରିବା ମୁତାବକ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ବୁଧବାର ୩୦ ହଜାର ଟଙ୍କା କ୍ରସର ପାଖରୁ ନେବାବେଳେ କଟକ ଭିଜିଲାନ୍ସର ଏକ ଦଳ ମଳୟଙ୍କୁ କାବୁ କରିଥିଲା ।

Last Updated : Jun 2, 2022, 2:07 PM IST

ABOUT THE AUTHOR

...view details