ଭୁବନେଶ୍ବର: ରାଜରାସ୍ତାରେ ଶହଶହ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ । ଆଜକୁ ଦୀର୍ଘ ବର୍ଷ ହେଲା ସରକାର ଦର୍ଶାଇ ଆସୁଛନ୍ତି ଯେ, ବର୍ତ୍ତମାନ ସମଗ୍ର ରାଜ୍ୟରେ 1ହଜାର 826 କଳା ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଛି । ଅନ୍ୟ ପଟେ ରାଜରାସ୍ତାରେ ଗଣଧାରଣା ଦେଇଛନ୍ତି ଶହଶହ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ । ନିଯୁକ୍ତି ନପାଇ ରାଜରାସ୍ତାରେ ବସିଛନ୍ତି ସେମାନେ ।
କ୍ଲାସରୁମ ଛାଡି ରାଜରାସ୍ତାରେ ଶହଶହ ଶିକ୍ଷକ - bhubaneswar news
ରାଜରାସ୍ତାରେ ଶହଶହ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ । ଆଜକୁ ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାର ଦର୍ଶାଇ ଆସୁଛନ୍ତି ଯେ, ବର୍ତ୍ତମାନ ସାରା ଓଡ଼ିଶାରେ 1ହଜାର 826 କଳା ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଛି । ସେମାନଙ୍କର କହିବା ମୁତାବକ ଯଦି ଏଥି ପ୍ରତି ସରକାର ଯଥା ଶୀଘ୍ର ପଦକ୍ଷେପ ନ ନେଲେ ଆନ୍ଦେଳନକୁ ଜୋରଦାର କରାଯିବ।
ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
ଶିକ୍ଷାଗତ ଯୋଗ୍ୟତା ସହ ଜଣେ ଶିକ୍ଷକ ହେବା ପାଇ ସବୁ ସ୍ତରର ପରୀକ୍ଷା ଦେଇଥିଲେ ମଧ୍ୟ ଆଜି ଶିକ୍ଷିତ ବେକାରୀ ଭଳି ରାଜଧାନୀର ରାଜରାସ୍ତାରେ ବସିଛନ୍ତି। ସେମାନଙ୍କର କହିବା ଅନୁସାରେ ଯଦି ଏ ଦିଗରେ ସରକାର ଯଥା ଶୀଘ୍ର ପଦକ୍ଷେପ ନ ନେଲେ ତେବେ ଆନ୍ଦେଳନକୁ ଜୋରଦାର କରାଯିବ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ