ଓଡିଶା

odisha

ETV Bharat / city

ନନ୍ଦନକାନନରେ ହିମାଳୟାନ ବ୍ଲାକ ଭାଲୁର ମୃତ୍ୟୁ - ବ୍ଲାକ ଭାଲୁର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ହିମାଳୟାନ କଳା ଭାଲୁର ମଙ୍ଗଳବାର ମୃତ୍ୟୁ ଘଟିଛି । ଭାଲୁଟିର ନାମ କୁଲୁ ରହିଥିବା ଜଣାପଡିିଛି । ଦୀର୍ଘ ଦିନ ହେବ ଯକ୍ଷ୍ମା ରୋଗର ପୀଡିତ ରହିଥିଲା କୁଲୁ ।

himalayan-black-bear-kulu-dies-in-nandankanan
ନନ୍ଦନକାନନରେ ହିମାଳୟାନ ବ୍ଲାକ ଭାଲୁ ‘କୁଲୁ’ର ମୃତ୍ୟୁ

By

Published : Jun 23, 2020, 9:29 PM IST

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ହିମାଳୟାନ କଳା ଭାଲୁର ମଙ୍ଗଳବାର ମୃତ୍ୟୁ ଘଟିଛି । ତେବେ ଭାଲୁଟିର ନାମ କୁଲୁ ରହିଥିବା ଜଣାପଡିିଛି । ଦୀର୍ଘ ଦିନ ହେବ ଯକ୍ଷ୍ମା ରୋଗର ପୀଡିତ ରହିଥିଲା କୁଲୁ ।

ତେବେ ପୁଣି ନନ୍ଦନକାନନରେ ଏକ ପ୍ରାଣୀର ମୃତ୍ୟୁ ଘଟିଛି । 26 ଡିସେମ୍ବରରେ ଜନ୍ମ ଗ୍ରହଣ କରିଥିଲା ଏହି ହିମାଳୟାନ କଲା ଭାଲୁ । ମଙ୍ଗଳବାର 25 ବର୍ଷରେ ମୃତ୍ୟୁ ବରଣ କରିଛି ।

ତେବେ ଓୟୁଏଟିରେ 17 ମେ 2020ରେ ଚିକିତ୍ସା ହେଉଥିଲା । ଚିକିତ୍ସାଧିନ ଅବସ୍ଥାରେ ଭାଲୁର ମୃତ୍ୟୁ ଘଟିଥିବା ସୂଚନା ରହିଛି । ତେବେ ଭାଲୁଟିର 4 ଟି ସନ୍ତାନ ରହିଛି । ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ବର୍ତ୍ତମାନ 2ଟି ପୁରୁଷ ଓ 3 ଟି ମହିଳା ହିମାଳୟନ ବ୍ଲାକ ଭାଲୁ ରହିଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details