ଓଡିଶା

odisha

ସିଝିଲା ଓଡିଶା: ବୌଦ୍ଧରେ ସର୍ବାଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ

ରୌଦ୍ରତାପରେ ସିଝୁଛି ସାରା ଓଡିଶା । ତାପମାତ୍ର କମିବା ପରିବର୍ତ୍ତେ ଦିନକୁ ଦୁନ ବୃଦ୍ଧି ପାଇବାରୁ ଆଉଟ ପାଉଟୁ ହେଉଛନ୍ତି ସାଧାରଣ ଲୋକେ । ଆଜିର ଦିନ ତାପମାତ୍ରାରେ ବୌଦ୍ଧ ଜିଲ୍ଲା ସାରା ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ୪୫ ଡିଗ୍ର ତାପମାତ୍ର ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

By

Published : Apr 28, 2022, 7:22 PM IST

Published : Apr 28, 2022, 7:22 PM IST

ସିଝିଲା ଓଡିଶା: ବୌଦ୍ଧରେ ସର୍ବାଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ
ସିଝିଲା ଓଡିଶା: ବୌଦ୍ଧରେ ସର୍ବାଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ପ୍ରବଳ ରୌଦ୍ରତାପରେ ସିଝୁଛି ସାରା ଓଡିଶା । ତାପମାତ୍ର କମିବା ପରିବର୍ତ୍ତେ ଦିନକୁ ଦୁନ ବୃଦ୍ଧି ପାଉଛି । ଆଉ ଏପଟେ ଆଉଟ ପାଉଟୁ ହେଉଛନ୍ତି ସାଧାରଣ ଲୋକେ । ଦିନ ୯ଟା ପରେ ଘରୁ ବାହିରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ଉପାନ୍ତରୁ ଉପକୂଳ ସବୁଆଡେ ଖରାରେ ଛଟପଟ ସଭିଏଁ ।

ଆଜିର ଦିନ ତାପମାତ୍ରାରେ ବୌଦ୍ଧ ଜିଲ୍ଲା ସାରା ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ୪୫ ଡିଗ୍ର ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୩୯.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୪୦ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ଏଥିସହ ଆଗମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଓ ଖରାତାତିରେ କୌଣସି ପରିବର୍ତ୍ତନ ହେବା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ:Heat Wave Warning: ଆସନ୍ତା ୩ ଦିନରେ ୨ ରୁ୩ ଡିଗ୍ରୀ ବଢିବ ତାପମାତ୍ରା

ସେହିଭଳି ଆଜି ରାଜ୍ୟରେ ୨୫ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି । ଏଥିସହ ୮ ସହରରେ ତାତି ୪୪ ଡ଼ିଗ୍ରୀରୁ ଅଧିକ ରେକର୍ଡ ହୋଇଛି । ୧୩ ସହରରେ ତାତି ମଧ୍ୟ ୪୩ ଡ଼ିଗ୍ରୀ ଉପରେ ରେକର୍ଡ ହୋଇଛି । ଏପଟେ ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ ସହ କିଛି ଜିଲ୍ଲାରେ ତାପମାତ୍ର ୨ରୁ ୩ ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ଅଧିକ ଖରା ସାଙ୍ଗକୁ ଗୁଳିଗୁଳି ଅନୁଭୂତ ହେବ ।

ସିଝିଲା ଓଡିଶା: ବୌଦ୍ଧରେ ସର୍ବାଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ

@IMD

ABOUT THE AUTHOR

...view details