ଓଡିଶା

odisha

ETV Bharat / city

ସଠିକ ସମୟରେ ସରିବ କୋର୍ସ, ବଢିବ ମୂଲ୍ୟାୟନକାରୀଙ୍କ ପାଉଣା - ମୂଲ୍ୟାୟନ କେନ୍ଦ୍ର

ଉଚ୍ଚଶିକ୍ଷା ନିମନ୍ତେ ଅଧୟନ କରୁଥିବା ଛାତ୍ରଛାତ୍ରୀଙ୍କ ବିଷୟବସ୍ତୁ ଆରମ୍ଭରେ ହେବ ନାହିଁ ବିଳମ୍ବ । ସଠିକ ସମୟରେ ସରିବ କୋର୍ସ । କଡାକଡି କରାଯିବ ପରୀକ୍ଷା ପରିଚାଳନା ବ୍ୟବସ୍ଥା । କପି ରୋକିବାକୁ ଅଧିକ ସିସି କ୍ୟାମେରା ଲଗାଯିବା ସହ ମୂଲ୍ୟାୟନକାରୀଙ୍କ ଦରମା ବୃଦ୍ଧି କରାବାକୁ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 28, 2019, 5:25 PM IST

ଭୁବନେଶ୍ବର: ସଠିକ ସମୟରେ ସରିବ ନାମଲେଖା କାର୍ଯ୍ୟ । ବିଷୟବସ୍ତୁ ଆରମ୍ଭ ହେବାକୁ ହେବନାହିଁ ବିଳମ୍ବ । ଏହା ସହ ଉପଯୁକ୍ତ ସମୟରେ ପରୀକ୍ଷା ଫଳ ପ୍ରକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଜି ସ୍ଥାନୀୟ ପୁସ୍ତକ ଭବନ ଠାରେ ଆୟୋଜିତ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, ଆର୍ଥିକ ନିୟନ୍ତ୍ରକ ଓ କୁଳସଚିବଙ୍କ ବୈଠକ ପରେ ମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନେକ ସମୟରେ ପରୀକ୍ଷା ଫଳ ପ୍ରକାଶନ ଓ ବିଭିନ୍ନ ଅନିୟମିତତା ନେଇ ବାରମ୍ବାର ଘଟଣା ସାମ୍ନାକୁ ଆସିବା ପରେ ଏହାର ସମାଧାନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏସବୁ ବିଷୟରେ ଆଲୋଚନା ବେଳେ ଅନେକ ଅସୁବିଧା ସାମ୍ନାକୁ ଆସିଛି । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତକର୍ତ୍ତାଙ୍କ ପାଉଣା, ଉତ୍ତର ଖାତା ନିରୀକ୍ଷକଙ୍କ ପାଉଣା ଏବଂ ଅନେକ କଲେଜରେ କମ୍ ମୂଲ୍ୟାୟନ କେନ୍ଦ୍ର ରହୁଥିବାରୁ ସମସ୍ୟା ଦେଖାଦେଉଥିବା ଜଣାପଡିଛି । ତେଣୁ ପ୍ରଶ୍ନ ପତ୍ର ପ୍ରସ୍ତୁତ କର୍ତ୍ତା, ଉତ୍ତର ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେବେ ବୋଲି ଏହି ବୈଠକରେ ମନ୍ତ୍ରୀ ପ୍ରକାଶ କରିଛନ୍ତି । ପୂର୍ବରୁ ଗୋଟିଏ ପ୍ରଶ୍ନପତ୍ର ପାଇଁ 10 ରୁ 20 ଟଙ୍କା ପାଉଥିବା ବେଳେ ଏହି ରାଶିକୁ ବୃଦ୍ଧି କରି 30 ଟଙ୍କା ଏବଂ ଉତ୍ତର ଖାତା ଦେଖିବା ପାଇଁ 500 ଟଙ୍କା ଥିବାବେଳେ ଏହାକୁ 1000 ଟଙ୍କା କରିବାକୁ ନିଷ୍ପତ୍ତି ହୋଇଛି ।

ସେହିପରି ପୂର୍ବରୁ ଅଧିକ କଲେଜ ପାଇଁ ଥିବା କମ ମୂଲ୍ୟାୟନ କେନ୍ଦ୍ରକୁ ବଦଳାଇ ବର୍ତମାନ ପ୍ରତି 12 ରୁ 15 ଟି କଲେଜ ପାଇଁ ଗୋଟିଏ ମୂଲ୍ୟାୟନ କେନ୍ଦ୍ର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରମୋଦ କୁମାର ଶତପଥୀ ଏହା ପ୍ରକାଶ କରିଛନ୍ତି । ଏତଦବ୍ୟତୀତ ପରୀକ୍ଷାରେ କପି କୁ ରୋକିବା ସହିତ କେନ୍ଦ୍ରଗୁଡିକର ସୁରକ୍ଷା ଦୃଷ୍ଟିରୁ ସବୁକେନ୍ଦ୍ର ମାନଙ୍କରେ ସିସିଟିଭି ଲଗାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details