ଓଡିଶା

odisha

ETV Bharat / city

ପିଜି ସ୍ପଟ ଆଡିମିଶନ ପାଇଁ ନିର୍ଦ୍ଦେଶାବଳୀ ଜାରି - ବିଶ୍ବବିଦ୍ୟାଳୟ ସ୍ପଟ ଆଡିମିଶନ

ପିଜି ଓ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ। 2020-21 ବର୍ଷ ପାଠ୍ୟକ୍ରମରେ ସ୍ପଟ ଆଡିମିଶନ ପାଇଁ ସମୟସୀମା ଓ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଅଧିକ ପଢ଼ନ୍ତୁ...

higher education department release spot admission guidelines for Universities and all degree College
ପିଜି ସ୍ପଟ ଆଡିମିଶନ ପାଇଁ ନିର୍ଦ୍ଦେଶାବଳୀ ଜାରି

By

Published : Feb 4, 2021, 11:01 PM IST

ଭୁବନେଶ୍ବର:ପିଜି ଓ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ। 2020-21 ବର୍ଷ ପାଠ୍ୟକ୍ରମରେ ସ୍ପଟ ଆଡିମିଶନ ପାଇଁ ସମୟସୀମା ଓ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆସନ୍ତା ଫେବୃଆରୀ 6 ତାରିଖରେ ସ୍ପଟ ଆଡିମିଶନରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ମେରିଟ୍ ତାଲିକା ପ୍ରକାଶ ପାଇବ।

ପିଜି ସ୍ପଟ ଆଡିମିଶନ ପାଇଁ ନିର୍ଦ୍ଦେଶାବଳୀ ଜାରି

ମେରିଟ୍ ତାଲିକା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଫେବୃଆରୀ 8 ଏବଂ 9 ତାରିଖରେ ବିଶ୍ବବିଦ୍ୟାଳୟ ବା ମହାବିଦ୍ୟାଳୟରେ ରିପୋର୍ଟ କରିବାକୁ ହେବ। ସଂପୃକ୍ତ ବିଶ୍ବବିଦ୍ୟାଳୟ ବା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଚୟନ କରି ଆଉ ଏକ ତାଲିକା କରିବେ। ଏହି ତାଲିକା ଫେବ୍ରୁଆରୀ 10 ତାରିଖରେ ପ୍ରକାଶ ପାଇବ। ଏହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରିଛି ।

ଫେବ୍ରୁଆରୀ 11 ତାରିଖରେ ବିଶ୍ବବିଦ୍ୟାଳୟ ବା ମହାବିଦ୍ୟାଳୟର ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ହେବ। ଏହାପରେ ଛାତ୍ରଛାତ୍ରୀ ସେହି ଦିନ ଆଡମିଶନ କରିପାରିବେ।

ଛାତ୍ରଛାତ୍ରୀଙ୍କ ଚୟନ ମାର୍କ ଓ ଯୋଗ୍ୟତା ଉପରେ ନିର୍ଭର ହେବ। ସ୍ପଟ ଚୟନ ପାଇଁ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ପ୍ରତ୍ୟେକ ପିଜି ପାଠ୍ୟକ୍ରମର ଛାତ୍ରଛାତ୍ରୀ ଯୋଗ୍ୟତା ତାଲିକା SAMS ଦ୍ବାରା ପ୍ରସ୍ତୁତ ହେବ । ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ଏନେଇ ସୂଚନା ପାଇ ପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details