ଭୁବନେଶ୍ବର: 25 ପ୍ରତିଶତରୁ କମ ପିଲା ନାମ ଲେଖାଉଥିବା କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଲଗାତାର ଭାବରେ ଗତ 3 ବର୍ଷ ହେଲା ଯେଉଁସବୁ କଲେଜ ଗୁଡିକରେ ବହୁତ କମ ପିଲା ନାମ ଲେଖାଉଛନ୍ତି ସେମାନଙ୍କୁ ଦିଆଯାଇଥିବା ଅନୁମତି କାହିଁକି ପ୍ରତ୍ୟାହାର ହେବ ନାହିଁ ବୋଲି ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ । ଏଥିରେ ଭୁବନେଶ୍ବରର 2ଟି କଲେଜ ମଧ୍ୟ ରହିଛି ।
ସେହି ସବୁ କଲେଜ ଗୁଡିକ ହେଲା ଯାଜପୁରର ଆପେକ୍ସ ରେସିଡେନସିଆଲ ଡିଗ୍ରୀ କଲେଜ, କେନ୍ଦ୍ରାପଡାର କ୍ଷେତ୍ରପାଳ ସଂସ୍କୃତ କଲେଜ ଓ ଶ୍ରୀରାମ ସଂସ୍କୃତ କଲେଜ, ଖୋର୍ଦ୍ଧାର ଜ୍ଞାନ ଭାରତୀ ଡିଗ୍ରୀ କଲେଜ ଓ ଗୌରବ କଲେଜ ଅଫ କମର୍ସ, ମୟୁରଭଞ୍ଜର ବ୍ରିଲିଆନ୍ସ ଯୁକ୍ତ ତିନି କଲେଜ, ସମ୍ବଲପୁରର ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିଜ ଇନ କମର୍ସ, ସୋନପୁରର ସୁକାନ୍ତୀ ଡିଗ୍ରୀ କଲେଜ, ସୁନ୍ଦରଗଡର ଭେନସ ଡିଗ୍ରୀ କଲେଜ ।