ଓଡିଶା

odisha

ETV Bharat / city

6ରୁ ଖୋଲିବ ହଷ୍ଟେଲ, କଲେଜ ଖୋଲିବାକୁ ନିର୍ଦ୍ଦେଶ - ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ହଷ୍ଟେଲ ଆସନ୍ତା 6 ତାରିଖରୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢନ୍ତୁ

ଶିକ୍ଷାନୁଷ୍ଠାନ ଗୁଡିକରେ 6 ତାରିଖରୁ ଖୋଲିବ ହଷ୍ଟେଲ
ଶିକ୍ଷାନୁଷ୍ଠାନ ଗୁଡିକରେ 6 ତାରିଖରୁ ଖୋଲିବ ହଷ୍ଟେଲ

By

Published : Feb 4, 2022, 5:31 PM IST

Updated : Feb 4, 2022, 5:39 PM IST

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଗୁଡିକରେ 6 ତାରିଖରୁ ଖୋଲିବ ହଷ୍ଟେଲ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ହଷ୍ଟେଲ ଆସନ୍ତା 6 ତାରିଖରୁ ଖୋଲାଯିବ। ଉଚ୍ଚ ଶିକ୍ଷା ବିଭାଗ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି।

ଶିକ୍ଷାନୁଷ୍ଠାନ ଗୁଡିକରେ 6 ତାରିଖରୁ ଖୋଲିବ ହଷ୍ଟେଲ
ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣରେ ଥିବା ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗୁଡ଼ିକୁ ଚିଠି। ସମସ୍ତ ସମ୍ଭାବ୍ୟ କୋଭିଡ 19 ନିୟମ କଡାକଡି ଭାବରେ ପାଳନ କରି ଆସନ୍ତା 7 ତାରିଖ ଠାରୁ ଶାରୀରିକ ମୋଡରେ ଶ୍ରେଣୀଗୃହରେ ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ଏକାଡେମିକ୍ କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହି ଅନୁଯାୟୀ କଲେଜ ଖୋଲିବା ପୂର୍ବରୁ ଅର୍ଥାତ 6 ତାରିଖରୁ ଛାତ୍ରମାନଙ୍କ ରହିବା ପାଇଁ ହଷ୍ଟେଲ ଏବଂ ଅନ୍ୟାନ୍ୟ ଆବାସିକ ସୁବିଧା ଖୋଲାଯିବ। ଏହି ବିଭାଗ ଦ୍ୱାରା ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା (ବାର୍ଷିକ / ସେମିଷ୍ଟାର) ଅନୁଷ୍ଠିତ ହେବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Feb 4, 2022, 5:39 PM IST

ABOUT THE AUTHOR

...view details