ଓଡିଶା

odisha

ETV Bharat / city

ଦକ୍ଷିଣ ଓଡିଶାରେ କୁଆପଥର ବର୍ଷା ସାଙ୍ଗକୁ ବଜ୍ରପାତ

ଗଜପତି ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ। ବୁଧବାର ସନ୍ଧ୍ୟାଠାରୁ ଜିଲ୍ଲାର କିଛି କିଛି ସ୍ଥାନରେ କୁଆପଥର ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି । ତେବେ ଅନ୍ୟପଟେ ତାତି 4ରୁ 5 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

By

Published : Mar 20, 2019, 10:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଏବେ ବି ହଟିନୀ ସତର୍କ ଘଣ୍ଟି । ଗଜପତି ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ। ବୁଧବାର ସନ୍ଧ୍ୟାଠାରୁ ଜିଲ୍ଲାର କିଛି କିଛି ସ୍ଥାନରେ କୁଆପଥର ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି । ଅନ୍ୟପଟେ ଦୋଳ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଏବେଠାରୁ ତାତି 4ରୁ 5 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି କିନ୍ତୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କୋରାପୁଟ, ଗଜପତି, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ଵର ଯାଜପୁର ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି ଜିଲ୍ଲାରେ ସର୍ବାଧିକ 38.4 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସୁନ୍ଦରଗଡରେ ସର୍ବନିମ୍ନ 17 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details