ଓଡିଶା

odisha

ETV Bharat / city

ସୁରକ୍ଷା ବଳୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର - ସୁରକ୍ଷା ବଳୟ

ଧାରା 370 ଉଚ୍ଛେଦ ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଯାତ୍ରୀଙ୍କ ଉପରେ କଡା ନଜର ରଖୁଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 8, 2019, 7:59 PM IST

ଭୁବନେଶ୍ବର: ବଢିଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷା । ଜମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷାକୁ ବଢାଇ ଦିଆଯାଇଛି । ଧାରା 370 ଉଚ୍ଛେଦ ପରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ନିରାପତ୍ତା ବଢ଼ାଇ ଦିଆଯାଇଛି । ଏଥିସହ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଯାତ୍ରୀମାନଙ୍କୁ ତନଖି କରି ଯାଞ୍ଚ କରାଯିବା ସହ ସନ୍ଦେହଜନକ ଭାବରେ ବିମାନ ବନ୍ଦର ପାଖରେ କାହାକୁ ଦେଖିଲେ ତୁରନ୍ତ ପଚରାଉଚରା କରାଯାଉଛି । ଭୁବନେଶ୍ୱର ବିମାନ ବନ୍ଦରର ପ୍ରବେଶ ଦ୍ୱାରର ସୁରକ୍ଷା କଡାକଡି କରାଯିବା ସହ ଅଧିକ ବିମାନ ବନ୍ଦର ପୋଲିସ ନିୟୋଜିତ ହୋଇଛନ୍ତି । ମୁଖ୍ୟତଃ ଯାତ୍ରୀଙ୍କ ଉପରେ କଡା ନଜର ରହୁଛି ପୋଲିସ । ଏଥିସହ ଯାତ୍ରୀମାନଙ୍କୁ କଡାକଡି ଭାବରେ ଯାଞ୍ଚ କରାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details