ଓଡିଶା

odisha

ETV Bharat / city

ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ - ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଚଳିତ ଖରିଫ ଋତୁରେ ଜିଲ୍ଲାରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

high level review meeting on supply of seed and fertilizer
ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

By

Published : Jul 16, 2022, 7:42 AM IST

ଭୁବନେଶ୍ବର: ରାଜ୍ୟରେ ଚାଷୀଙ୍କୁ ବିହନ ଓ ସାର ଯୋଗାଣ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇବା ପରେ ଚେତିଛି କୃଷି ବିଭାଗ । ଚଳିତ ଖରିଫ ଋତୁରେ ଜିଲ୍ଲାରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମୀକ୍ଷା କରିଛନ୍ତି ।

କୃଷି ଭବନରେ ଅନୁଷ୍ଠିତ ବୈଠକରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀମାନେ ଯୋଡ଼ି ହୋଇଥିଲେ । ଜିଲ୍ଲା ଅଧିକାରୀମାନେ ସେମାନଙ୍କ ଅଞ୍ଚଳରେ କୃଷି କାର୍ଯ୍ୟ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଚଳିତ ଖରିଫ ଋତୁରେ ଜିଲ୍ଲାରେ କରାଯାଇଥିବା ଧାନ ଓ ଅଣଧାନ ଫସଲ ଜମିର ପରିମାଣ ବିଷୟ ପ୍ରତି ଆଲୋଚନା କରାଯାଇଛି । ଏହା ସହ ଚାଷୀମାନେ ଯେପରି ଠିକ୍‌ ସମୟରେ ବିହନ ଓ ସାର ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର ଚଢ଼ା ଓ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details