କଟକ: ରାଜ୍ୟରେ ରିଅଲ ଇଷ୍ଟେଟ ବିବାଦକୁ ନେଇ ନିର୍ଦ୍ଦେଶ ଦେବା ଓ ସେହି ନିର୍ଦ୍ଦେଶର କାର୍ଯ୍ୟକାରୀ କରାଇବା ପାଇଁ ଓରେରାର କ୍ଷମତା ରହିଛି ବୋଲି ଓଡିଶା ହାଇକୋର୍ଟ ମତ ପ୍ରକାଶ କରିଛନ୍ତି। ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି ବା ଓରେରା ନିର୍ଦ୍ଦେଶକୁ ରାଜ୍ୟରେ ବିଲଡରମାନେ ମାନୁ ନାହାନ୍ତି ବୋଲି ଅଭିଯୋଗ କରି ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଏକ ମାମଲା ରୁଜ୍ଜୁ ହୋଇଛି । ମାମଲାରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ଓଡ଼ିଶାରେ ଓରେରାର କୌଣସି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନାହିଁ।
୨୦୧୭ ମସିହାରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି। ଏହି ଅଥରିଟି ଦେଇଥିବା ନିର୍ଦ୍ଦେଶ କିନ୍ତୁ ଅଦ୍ୟାବଧି କିଛି କାର୍ଯ୍ୟକାରୀ ହୋଇ ନାହିଁ। ଏହା ଫଳରେ ଏହି ମାମଲା ଗୁଡିକ ପୁନଶ୍ଚ ସିଭିଲ କୋର୍ଟକୁ ଯାଉଛି। ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରାଯାଇଛି ଏହି ମାମଲା।