ଭୁବନେଶ୍ବର: ଏୟାର ଇଣ୍ଡିଆ ବିମାନ ଅପହରଣ ଧମକ ପରେ ଦେଶର ସମସ୍ତ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି । ଏ ନେଇ ମଧ୍ୟ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର (ବିପିଆଇଏ) ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିମାନ ବନ୍ଦରର ୱାଚ ଟାୱାରରେ ସୁରକ୍ଷା କର୍ମୀ ତୀକ୍ଷ୍ନ ନଜର ରଖିଛନ୍ତି । ଏହାସହ ଏୟାରପୋର୍ଟରେ ସମସ୍ତ ଯାତ୍ରୀଙ୍କୁ କଡା ଯାଞ୍ଚ କରାଯାଇ ବିମାନ ବନ୍ଦର ଭିତରକୁ ଛଡା ଯାଉଛି ।
ପ୍ରକାଶ ଯେ, ଡଗ ସ୍କ୍ବାର୍ଡ ଓ ମେଟାଲ ଡିଟେକ୍ଟର ଜରିଆରେ ଯାଞ୍ଚ କରାଯାଉଛି । ବିମାନ ବନ୍ଦର କର୍ମଚାରୀଙ୍କୁ ମଧ୍ୟ କଡା ଯାଞ୍ଚ କରାଯାଇ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । କୌଣସି ଅଘଟଣ ନ ଘଟେ ସେଥିପ୍ରତି ଅତ୍ୟଧିକ ସତର୍କତା ଗ୍ରହଣ କରାଯାଇଛି । ସେ ନେଇ ସିଆଇଏସଫ ଯବାନ ଓ କର୍ମଚାରୀ କଡା ନଜର ରଖିଛନ୍ତି ।