ଭୁବନେଶ୍ବର: ଦେଶବ୍ୟାପୀ ଆଜାଦି କି ଅମୃତ ମହୋତ୍ସବ ପାଳନ ବେଳେ ପୋଲିସକୁ ମିଳିଛି ଗୁଇନ୍ଦାର ସତର୍କଘଣ୍ଟି । ଏନେଇ ସାରା ରାଜ୍ୟରେ ଜାରି ହୋଇଛି ହାଇଆଲର୍ଟ । ମାଓ ଅଞ୍ଚଳରେ ମଧ୍ୟ ଆଲର୍ଟ ରହିବାକୁ ଜିଲ୍ଲା ପୋଲିସଙ୍କୁ ସୂଚିତ ରାଯାଇଛି । ସ୍ବାଧୀନତା ଦିବସ ସେଲିବ୍ରେସନ ଉପରେ ମଧ୍ୟ ନଜର ରଖାଯାଇଥିବା କହିଛନ୍ତି ପୋଲିସ କମିସନର ।
ଆଜାଦି କି ଅମୃତ ମହୋତ୍ସବରେ ଗୁଇନ୍ଦାର ସତର୍କଘଣ୍ଟି, ରାଜ୍ୟରେ ହାଇଆଲର୍ଟ - ରାଜ୍ୟରେ ହାଇ ଆଲର୍ଟ
ଦେଶବ୍ୟାପୀ ଆଜାଦି କି ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ରାଜ୍ୟ ପୋଲିସକୁ ଗୁଇନ୍ଦା ବିଭାଗ ସତର୍କ ବାଣୀ ଶୁଣାଇଛି । ଏନେଇ ସାରା ରାଜ୍ୟରେ ଜାରି ହୋଇଛି ହାଇ ଆଲର୍ଟ ଜାରି କରିଛନ୍ତି ପୋଲିସ କମିସନର । ଅଧିକ ପଢ଼ନ୍ତୁ
ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଉତ୍ସବମୁଖର ରହିଛି । ତେବେ ଏହାରି ଭିତରେ ରାଜ୍ୟ ପୋଲିସକୁ ମିଳିଛି ଗୁଇନ୍ଦାର ସତର୍କ ଘଣ୍ଟି । ଯାହାକୁ ନେଇ ସମସ୍ତ ଜିଲ୍ଲାର ଏସପି ମାନଙ୍କୁ ଆଲର୍ଟ ରହିବା ସହ ବିଭିନ୍ନ ସ୍ଥାନାରେ ନାକା ଚେକିଂ ପାଇଁ କୁହାଯାଇଛି । ରାଜଧାନୀ ଓ ଭିଭିଆଇପି ମୁଭମେଣ୍ଟକୁ ଦେଖି କମିସନରେଟ ପୋଲିସ ମଧ୍ୟ କଡା ଆଲର୍ଟ ରହିଛି । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ଚାରିଆଡେ ପୋଲିସ ପହରା ଦିଆଯାଇଛି । ସରକାରୀ କାର୍ଯ୍ୟାଳୟ ତଥା ବିଧାନସଭା, ଲୋକସେବା ଓ ଖାରବେଳ ଭବନ ତଥା ବିଜୁପଟ୍ଟନାୟକ ବିମାନ ବନ୍ଦରରେ ମଧ୍ୟ କଡା ଆଲର୍ଟ ରହିବାକୁ ନିର୍ଦ୍ଦେଶ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର