ଓଡିଶା

odisha

ETV Bharat / city

ସୁରକ୍ଷା ବଳୟରେ ବିଜୁ ପଟ୍ଟନାୟକ ବିମାନବନ୍ଦର, 20 ପର୍ଯ୍ୟନ୍ତ ଭିଜିଟରଙ୍କ ପ୍ରବେଶ ନିଷେଧ - ସୁରକ୍ଷା ବ୍ୟବସ୍ଥାକୁ କଡାକଡି

ଅଗଷ୍ଟ 15କୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

By

Published : Aug 11, 2019, 2:53 PM IST

ଭୁବନେଶ୍ବର: ହାଇ ଆଲର୍ଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର । ଅଗଷ୍ଟ 15କୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଗଷ୍ଟ 11 ରୁ ଅଗଷ୍ଟ 20 ତାରିଖ ପର୍ଯ୍ୟନ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି ।

10 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ କଡା ସୁରକ୍ଷା ଭିତରେ ରହିବ ଭୁବନେଶ୍ବର ବିମାନବନ୍ଦର । ଏହି ସମୟରେ କୌଣସି ଦର୍ଶକଙ୍କୁ ବିମାନବନ୍ଦର ଭିତରକୁ ପ୍ରବେଶ ନିଷେଧ କରାଯାଇଛି । କେବଳ ଯାତ୍ରୀମାନେ ପ୍ରବେଶ କରିପାରିବେ । ଏକ ଘଣ୍ଟା ପୂର୍ବରୁ ଯାତ୍ରୀ ଭିତରକୁ ପ୍ରବେଶ କରିପାରିବେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଏହାସହ ଯାତ୍ରୀଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ସନ୍ଦେହଜନକ ଭାବେ ବିମାନବନ୍ଦର ପାଖରେ ଦେଖାଗଲେ ତୁରନ୍ତ ପଚରାଉଚରା କରାଯାଉଛି । ଭୁବନେଶ୍ବର ବିମାନବନ୍ଦରର ପ୍ରବେଶ ଦ୍ବାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଅଧିକ ସଂଖ୍ୟକ ପୋଲିସ ନିୟୋଜିତ ହୋଇଛନ୍ତି ।

ମୁଖ୍ୟତଃ ଏହି ସମୟରେ ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଇଛି । ତେବେ ବିମାନବନ୍ଦର ଭିତରକୁ ପ୍ରବେଶ କରୁଥିବା ଗାଡି ଗୁଡିକର ମଧ୍ୟ ଯାଞ୍ଚ କରୁଛି ପୋଲିସ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details