ଓଡିଶା

odisha

ETV Bharat / city

ହୋଟେଲରେ ହିଡେନ କ୍ୟାମେରା ଘଟଣା, ସ୍ପଷ୍ଟୀକରଣ ରଖିଲା ‘ଓୟୋ’

ହୋଟେଲରେ ଗୁପ୍ତ କ୍ୟାମେରା ଲଗାଇ ଯୁବତୀଙ୍କୁ ବ୍ଲାକମେଲିଂ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା ଓୟୋ ହୋଟେଲ କର୍ତ୍ତୃପକ୍ଷ । ହୋଟେଲରେ କୌଣସି ଗୁପ୍ତ କ୍ୟାମେରା ମିଳିନାହିଁ ବୋଲି କହିଛନ୍ତି ଓୟୋ ପ୍ରବକ୍ତା ।

By

Published : Nov 29, 2019, 9:41 PM IST

Updated : Nov 30, 2019, 3:24 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୁବନେଶ୍ବର: ଯଦି ଆପଣ ନିଜ ପାର୍ଟନରଙ୍କ ସହ କିଛି ସମୟ ବିତାଇବାକୁ ହୋଟେଲ ଆସୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ହୋଟେଲରେ ରହିଛି ହିଡେନ କ୍ୟାମେରା । ଯାହା ରେକର୍ଡ କରୁଛି ଆପଣ ଓ ଆପଣଙ୍କ ପାର୍ଟନରଙ୍କ ସମସ୍ତ ଗତିବିଧି । ଆଉ ଏହାପରେ ଆସିପାରେ ଫୋନରେ ଧମକ ।

ଏକଥା ଆମେ ନୁହେଁ ଏ ଘଟଣା କହୁଛି । ରାଜଧାନୀ ଛାତିରେ ଛିଡା ହୋଇଥିବା ନୟାପଲ୍ଲୀର ସାଇ ରେସିଡେନ୍ସି ଓୟୋ ହୋଟେଲର2 କର୍ମଚାରୀଙ୍କୁ କମିଶନରେଟ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ତେବେ ୧୫ ଦିନ ପୂର୍ବେ ସେହି ହୋଟେଲକୁ ଆସିଥିବା ଯୁବତୀଙ୍କୁ ଆସିଥିଲା ଏପରି ଫୋନ କଲ୍‌ । ଭିଡିଓ ଭାଇରାଲ ଧମକ ଦେଇ ୫୦ ହଜାର ଟଙ୍କା ମାଗିଥିଲେ ଅଭିଯୁକ୍ତ । ତେବେ ସିଆରପି ଛକରେ ଯୁବତୀଙ୍କୁ ଭେଟ ସମୟରେ ମାଡି ବସିଥିଲେ ଯୁବକ । ଆଉ ଜଣାପଡିଥିଲା କିପରି ଓୟୋ ହୋଟେଲର କର୍ମଚାରୀ ମିଶି ରଚୁଛନ୍ତି ହିଡେନ କ୍ୟାମେରାର ଷଡଯନ୍ତ୍ର ।

ଓୟୋ ପାଇଁ ଭୟ; ହୋଟେଲରେ ହିଡେନ କ୍ୟାମେରା

ଘଟଣାଟି 15 ଦିନ ତଳର । ଜଣେ ଯୁବତୀ ଓ ଯୁବକ ଓୟୋ ହୋଟେଲ ଯାଇଥିଲେ । ନୟାପଲ୍ଲୀ ସ୍ଥିତ ସାଇ ରେସିଡେନ୍ସି ଓୟୋ ହୋଟେଲରେ ରାତ୍ରିଯାପନ କରିଥିଲେ । ହେଲେ ସେଠାରୁ ଆସିବା ପରେ ତାଙ୍କୁ ଆସିଥିଲା ଫୋନ କଲ । ଏହି ଷଡଯନ୍ତ୍ରରେ ସାମିଲ ଥିଲେ ଓୟୋ କର୍ମଚାରୀ । ଏକ ନିର୍ଦ୍ଦିଷ୍ଟ ରୁମରେ ଭିଡିଓ ସୁଟ କରାଯାଏ । ଆଉ ଏହାପରେ ସେଠାକୁ ଆସୁଥିବା ଅତିଥି ଯିବା ପରେ ଅନ୍ତରଙ୍ଗ ମୂହୁର୍ତ୍ତକୁ ଭାଇରାଲ କରିବା ଭୟ ଦେଖାଇ ବ୍ଲାକମେଲିଂ କରିଥାନ୍ତି ଏହି ଅଭିଯୁକ୍ତ ।

ଏହି ଘଟଣା ପରେ ଓୟୋର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଥିବାବେଳେ ଏନେଇ ସ୍ପଷ୍ଟୀକରଣ ରଖିଛି ଓୟୋ । ହୋଟେଲରେ କୌଣସି ଗୁପ୍ତ କ୍ୟାମେରା ମିଳିନାହିଁ ବୋଲି କହିଛନ୍ତି ଓୟୋ ପ୍ରବକ୍ତା । ହୋଟେଲର ସହଯୋଗୀ ଓ କୌଣସି ଷ୍ଟାପ ଦ୍ବାରା ଯେକୌଣସି ପ୍ରକାର ଦୁର୍ବ୍ୟବହାର ଆମର ଶୂନ-ସହନଶୀଳ ଜୋନ୍‌ରେ ଆସୁଛି ବୋଲି କହିଛନ୍ତି ହୋଟେଲ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Nov 30, 2019, 3:24 PM IST

ABOUT THE AUTHOR

...view details