ଭୁବନେଶ୍ବର: ରାଜ୍ୟରେ 83 ନମ୍ଵର କୋରୋନା ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରୀ ପ୍ରକାଶ ପାଇଛି । 38 ବର୍ଷୀୟ ଯୁବକ ଯାଜପୁରର ଦାସରଥପୁର ଅଞ୍ଚଳସ୍ଥିତ ଆଖାରାପଡା ଗାଁରେ ବାସ କରନ୍ତି । ମାର୍ଚ୍ଚ 30 ତାରିଖରେ କୋଲକାତାରୁ ଫେରିଥିଲେ ।
ଆସିଲା 83 ନମ୍ବର କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ - travel history of Corona No. 83 victims
ଆସିଲା 83 ନମ୍ବର କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ । ସନ୍ଦିଗ୍ଧରେ ରହିଥିଲେ ବି ସାଙ୍ଗମାନଙ୍କ ସହ ବୁଲିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସେ କୋଲକାତାର ଗଙ୍ଗାଘାଟ ଅଞ୍ଚଳରୁ 11 ଯାତ୍ରୀଙ୍କ ମଧ୍ୟରୁ 3 ଜଣଙ୍କ ସହ ଭଦ୍ରକ ଆସିଥିଲେ । ବାକି 8 ଜଣ ଯାଜପୁରରରେ ଓହ୍ଲାଇଥିଲେ । ମାର୍ଚ୍ଚ 30 ତାରିଖରେ ଏମାନଙ୍କୁ ପୋଲିସ ଅଟକାଇବା ସହ ଡ଼ିଏଚଏଚ ହସ୍ପିଟାଲକୁ ପଠାଇଥିଲା । ପରବର୍ତ୍ତୀ ସମୟରେ 83 ନମ୍ବର ରୋଗୀ ଘରେ କ୍ବାରେଣ୍ଟାଇନରେ ରହିଥିଲେ । 30 ମାର୍ଚ୍ଚରୁ 14 ଏପ୍ରିଲ ପର୍ଯ୍ୟନ୍ତ ଏକ ଅଲଗା ବିଲ୍ଡିଙ୍ଗରେ ସେ ରହିଥିଲେ । 15 ଏପ୍ରିଲରୁ 21 ଏପ୍ରିଲ ମଧ୍ୟରେ ବାଇକ ଯୋଗେ ଗାଁରେ ବୁଲିଥିଲେ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆକୁ ଯାଇଥିଲେ 20 ଏପ୍ରିଲରେ । 22 ଏପ୍ରିଲରେ ଲକ୍ଷଣ ବାହାରିବା ପରେ ପରୀକ୍ଷା କରାଯାଇଥିଲା । 22 ତାରିଖରେ ପଜିଟିଭ ବାହାରିଥିଲା । ପରବର୍ତ୍ତୀ ସମୟରେ ଟାଟା କୋଭିଡ ହସ୍ପିଟାଲ କଳିଙ୍ଗନଗର ଯାଜପୁରକୁ 22 ଏପ୍ରିଲରେ ସ୍ଥାନାନ୍ତର କରାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ