ଓଡିଶାର ଗାନ୍ଧିଜୀ ଉତ୍କଳମଣି ଗୋପବନ୍ଧୁ ଦାସ, ଜାଣନ୍ତୁ କିଛି ଅଜଣା କଥା... - ଗୋପବନ୍ଧୁ ଦାସଙ୍କୁ ନେଇ ଅଜଣା କଥା
ଯିଏ କୋଟିଏ ସନ୍ତାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜର ଗୋଟିଏ ସନ୍ତାନର ଜୀବନ ଉତ୍ସର୍ଗ କରିବାକୁ ପଛେଇ ନଥିଲେ ସେ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ । ପ୍ରତିଟି ଓଡିଆ ତାଙ୍କ ଅବଦାନ ଓ ନାମର ତାତ୍ପର୍ଯ୍ୟ ବେଶ ଭଲ ଭାବେ ଜାଣନ୍ତି ।
ଓଡିଶାର ଗାନ୍ଧୀଜୀ ଉତ୍କଳମଣି ଗୋପବନ୍ଧୁ ଦାସ, ଜାଣନ୍ତୁ କିଛି ଅଜଣା କଥା
ସାରା ରାଜ୍ୟରେ ପାଳନ ହେଉଛି ଗୋପବନ୍ଧୁ ଜୟନ୍ତୀ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ରାଜ୍ୟର ପୁର ପଲ୍ଲୀରେ ଚାଲିଛି ଉତ୍ସବର ମାହୋଲ । ଯିଏ କୋଟିଏ ସନ୍ତାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜର ଗୋଟିଏ ସନ୍ତାନର ଜୀବନ ଉତ୍ସର୍ଗ କରିବାକୁ ପଛେଇ ନଥିଲେ ସେ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ । ପ୍ରତିଟି ଓଡିଆ ତାଙ୍କ ଅବଦାନ ଓ ନାମର ତାତ୍ପର୍ଯ୍ୟ ବେଶ ଭଲ ଭାବେ ଜାଣନ୍ତି । ତେବେ ଆଜି ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା:
- ଓଡିଶାରେ ସାମାଜିକ ବିକାଶ, ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ବିକାଶ ପାଇଁ ସେ ଅହରହ କାର୍ଯ୍ୟରତ । ତାଙ୍କର ଏହି ନିଷ୍ଠା ପାଇଁ ତାଙ୍କୁ ଓଡିଶାର ଗାନ୍ଧୀ ବୋଲି ଆଖ୍ୟା ଦିଆଯାଇଛି ।
- ପୂର୍ବେ ଓଡିଶା ଉତ୍କଳ ନାମରେ ନାମିତ ଥିବା ବେଳେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅବଦାନ ପାଇଁ ତାଙ୍କୁ ଉତ୍କଳମଣିର ଆଖ୍ୟା ମିଳିଥିଲା ।
- ତତ୍କାଳୀନ ସମୟରେ କଲେରା ରୋଗର ପ୍ରାଦୁର୍ଭାବ ରହିଥିବା ବେଳେ ଏହାର ନିରାକରଣ ସହ ରୋଗୀଙ୍କ ସେବା ପାଇଁ ସେ ପ୍ରତିଷ୍ଠା କରିଥିଲେ ପୁରୀ ସେବା ସମିତି । ଯାହା ପରବର୍ତ୍ତୀ ସମୟରେ କଲେରା ରୋଗୀଙ୍କ ଚିକିତ୍ସା ପାଇଁ ଏକ ଜିଲ୍ଲା ଡାକ୍ତରଖାନାରେ ପରିଣତ ହୋଇଥିଲା ।
- ପୁରୀର ସୁଆଣ୍ଡୋ ଗ୍ରାମରେ ଦୈତାରୀ ଦାସ ଓ ସ୍ବର୍ଣ୍ଣମୟୀ ଦେବୀଙ୍କ ଔରସରୁ 1877 ମସିହାରେ ଜନ୍ମ ନେଇଥିଲେ ଗୋପବନ୍ଧୁ ।
- ତାଙ୍କ ଉଦ୍ୟମ ଯୋଗୁଁ ପ୍ରଥମ ଆଞ୍ଚଳିକ ଭାଷା ରାଜ୍ୟ ଭାବେ 1936 ମସିହାରେ ଓଡିଶା ପ୍ରତିଷ୍ଠା ଲାଭ କରିଥିଲା । ତାଙ୍କର ଏହି ଅବଦାନ ସମସ୍ତ ପୀଢି ମନରେ ଆଜିବି ଉଜ୍ଜିବୀତ ।
- କଟକ ସ୍ଥିତ ରେଭେନ୍ସା କଲେଜରେ ପାଠ ପଢୁଥିବା ସମୟରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ ହୋଇଥିଲେ । ଫଳରେ ସେ ବିଏ ଡିଗ୍ରୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ପୁଣି ଦ୍ବିତୀୟ ଥର ପରୀକ୍ଷା ଦେଇଥିଲେ । ଏହାପରେ ସେ କାଲକଟା ୟୁନିଭର୍ସିଟିରୁ ଏଲଏଲବି ଶେଷ କରଥିଲେ ।
- ପଢା ସରିବା ପରେ ସେ କଟକ ସ୍ଥାନାନ୍ତର ହେବା ପୂର୍ବରୁ ପୁରୀରେ କିଛି ଦିନ ଅଭ୍ୟାସ କରିବାକୁ ଚାହୁଁଥିଲ । ପରବର୍ତ୍ତୀ ସମୟରେ ସେ ମୟୂରଭଞ୍ଜ ଜିଲ୍ଲା ପାଇଁ ସରକାରୀ ଓକିଲ ଭାବେ କାର୍ଯ୍ୟ ଭାର ସମ୍ଭାଳିଥିଲେ । ହେଲେ ଏଥିରେ ମନ ନଲାଗିବାରୁ ସାମାଜିକ ସେବା କରିବା ପାଇଁ ସେ ନିଜ ଚାକିରୀ ପରିବର୍ତ୍ତନ କରିଥିଲେ ।
- ଗରିବ ଓ ଅସହାୟଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିବଦ୍ଧ ଥିବାରୁ ସେ ରୋଗ ଶଯ୍ୟାରେ ପଡିଥିବା ନିଜ ପୁଅକୁ ଛାଡି ବନ୍ୟା ପୀଡିତଙ୍କ ସାହାଯ୍ୟ କରିଥିଲେ ।
- କୋଲକାତାରେ ରହଣୀ ସମୟରେ ସେ ବନ୍ଦେ ମାତରମ ଦଳର ସଂସ୍ପର୍ଶରେ ଆସିଥିଲେ । ଯାହା ତାଙ୍କ ମନରେ ସ୍ବାଧୀନତାର ଭାବନା ପ୍ରବାହ କରିଥିଲା ।
- ଓଡିଶା କଂଗ୍ରେସରେ ସେ ଥିଲେ ପ୍ରଥମ ଅଧ୍ୟକ୍ଷ । ଯିଏ 1921 ମସିହାରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ଓଡିଶା ଆଣିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଓଡିଶାବାସୀଙ୍କୁ ଅସହଯୋଗ ଆନ୍ଦୋଳନରେ ସାମିଲ କରାଇବା ।
- ନେତାଜୀ ସୁବାଷ ଚନ୍ଦ୍ର ବୋଷ ତାଙ୍କୁ ଆନ୍ଦୋଳନର ଜନକ ବୋଲି କୁହନ୍ତି ।
- ତାଙ୍କର ବିଶ୍ବାସ ଥିଲା ଶିକ୍ଷା ହିଁ ସମାଜରେ ପରିବର୍ତ୍ତନ ଆଣିପାରେ । ଏଥିପାଇଁ ସେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ 1893 ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ଦାଖଲ ହୋଇଥିଲେ । ସେଠାରେ ସେ ଗୁରୁ ମୁଖତିଆର ରାମଚନ୍ଦ୍ର ଦାସଙ୍କ ସଂସ୍ପର୍ଶରେ ଆସି ଜାତୀୟତାବାଦ ପ୍ରତି ଅନୁପ୍ରାଣିତ ହୋଇଥିଲେ ।
- ପରବର୍ତ୍ତୀ ସମୟରେ 1909 ମସିହାରେ ସାକ୍ଷୀଗୋପାଳରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରିବା ସହ ପିଲାମାନଙ୍କ ଶିକ୍ଷାଦାନ ପ୍ରତି ଗୁରୁତ୍ବ ଦେଇଥିଲେ ।
- ପିଲାଟି ଦିନୁ ପିତା ମାତାଙ୍କୁ ହରାଇଥିବା ଗୋପବନ୍ଧୁ ମାତ୍ର 12 ବର୍ଷ ବୟସରେ ଆପ୍ତିଙ୍କୁ ବିବାହ କରିଥିଲେ । ହେଲେ ମାତ୍ର 28 ବର୍ଷ ବୟସରେ ସେ ମଧ୍ୟ ଗୋପବନ୍ଧୁଙ୍କୁ ଏକାକରି ଆରପାରିକୁ ଚାଲିଯାଇଥିଲେ । ପରେ ପରେ 3 ସନ୍ତାନଙ୍କ ମୃତ୍ୟୁ ପରେ ସେ ନିଜ ଝିଅକୁ ବଡ ଭାଇଙ୍କ ପାଖରେ ଜିମା ଦେବା ପରେ ଘର ଛାଡି ଚାଲିଯାଇଥିଲେ ।
- ସେ ଏକାଧାରରେ ଜଣେ କବି, ଅଧ୍ୟାପକ, ଆଇନଜ୍ଞ, ସାମ୍ବାଦିକ ଓ ସମାଜସେବୀ ଥିଲେ । ତାଙ୍କ ଲିଖିତ କର କବିତା, ଚିଲିକା, ଧର୍ମପଦ ଓ ବନ୍ଦୀର ଆତ୍ମକଥା ଆଜି ବି ପାଠକଙ୍କ ମନରେ ଛପି ରହିଛି ।
- ଓଡିଆ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅତୁଳନୀୟ । ସେ ଲୋକ ସେବକ ମଣ୍ଡଳର ଜାତୀୟ ଉପାଧ୍ୟକ୍ଷ ରହିଥିଲେ ।
- 1914 ମସିହାରେ ସେ ସାପ୍ତାହିକ ପତ୍ରିକା ସତ୍ୟବାଦୀର ପ୍ରଚଳନ ଆରମ୍ଭ କରିଥିଲେ । ପରେ ପରେ ସାପ୍ତାହିକ ଖବରକାଗଜ ସମାଜ ମଧ୍ୟ ଆରମ୍ଭ କରିଥିଲେ । ଯାହା 1919 ମସିହାରେ ଓଡିଶାର ଅଗ୍ରଣୀ ଖବରକାଗଜରେ ପରିଣତ ହୋଇଥିଲା ।
Last Updated : Oct 9, 2020, 2:46 PM IST