ଓଡିଶା

odisha

ETV Bharat / city

ଏଣିକି ଗାଡି ଚଳାଇବା ବେଳେ ‘ନୋ ମୋବାଇଲ’ - ରାଜ୍ୟ ପରିବହନ ବିଭାଗ ନୂଆ ନିୟମ

କଠୋର ହେଲା ରାଜ୍ୟ ପରିବହନ ବିଭାଗ। ଏଣିକି ଗାଡି ଚଳାଇବା ବେଳେ ଯଦି ଚାଳକ ମୋବାଇଲ ଫୋନ ବ୍ୟବହାର କରିବେ ତେବେ ବାତିଲ ହେବ ସେମାନଙ୍କ ଲାଇସେନ୍ସ।

no use of mobile phone while driving, state transport corporation new rule, new traffic rule, ନୂଆ ଟ୍ରାଫିକ ନିୟମ, ରାଜ୍ୟ ପରିବହନ ବିଭାଗ ନୂଆ ନିୟମ, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ମନା
ଏଣିକି ଗାଡି ଚଳାଇବା ବେଳେ ‘ନୋ ମୋବାଇଲ’

By

Published : Jan 2, 2020, 7:59 PM IST

ଭୁବନେଶ୍ବର: କଠୋର ହେଲା ରାଜ୍ୟ ପରିବହନ ବିଭାଗ। ଏଣିକି ଗାଡି ଚଳାଇବା ବେଳେ ଯଦି ଚାଳକ ମୋବାଇଲ ଫୋନ ବ୍ୟବହାର କରିବେ ତେବେ ବାତିଲ ହେବ ସେମାନଙ୍କ ଲାଇସେନ୍ସ। ଏନେଇ ସମସ୍ତ ଆରଟିଓଙ୍କୁ ଚିଠି ଲେଖି ଜଣାଇଛି ରାଜ୍ୟ ପରିବହନ ବିଭାଗ।

ଏଣିକି ଗାଡି ଚଳାଇବା ବେଳେ ‘ନୋ ମୋବାଇଲ’

ଚିଠିରେ ସ୍ପଷ୍ଟ କରାଯାଇଛି କି ଯଦି କୌଣସି ଚାଳକ ଗାଡି ଚଳଇବା ସମରେ ଫୋନର ବ୍ୟବହାର କରୁଥିବା ଦେଖାଯାଏ ତେବେ ଆରଟିଓ ସିଧାସଳଖ ସେମାନଙ୍କ ଲାଇସେନ୍ସ ବାତିଲ କରିପାରିବେ। ଏପରିକି ଯେଉଁଠାରେ ପୋଲିସ ଧରପଗଡ଼ କରୁଛି ସେଠାରେ ପୋଲିସ ଚାଳକଙ୍କୁ ଗିରଫ କରିବା ସହିତ ଲାଇସେନ୍ସ ବାତିଲ କରିବାକୁ ଆରଟିଓଙ୍କୁ ସୁପାରିଶ କରିବେ।

ତେବେ ମୋବାଇଲ ବ୍ୟବହାର କରି ଧରା ପଡିଲେ 3 ମାସ ପାଇଁ ଚାଳକଙ୍କ ଲାଇସେନ୍ସ ବାତିଲ ହେବ ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details