ଓଡିଶା

odisha

ETV Bharat / city

ହଇରାଣ ହେବେନି ବରିଷ୍ଠ ନାଗରିକ, ହେଲ୍ପ ଲାଇନ ନମ୍ବର ଜାରି

ଲକଡାଉନ, ସଟଡାଉନରେ ହଇରାଣ ହେବେନି ବରିଷ୍ଠ ନାଗରିକ। ହେଲ୍ପ ଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ । ଉପକୃତ ହେବେ 25 ହଜାରରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ । ଅଧିକ ପଢନ୍ତୁ...

helpline number decleared by commissionerate police for senior citizen
ହଇରାଣ ହେବେନି ବରିଷ୍ଠ ନାଗରିକ, ହେଲ୍ପ ଲାଇନ ନମ୍ବର ଜାରି

By

Published : May 11, 2021, 4:26 PM IST

Updated : May 11, 2021, 5:54 PM IST

ଭୁବନେଶ୍ବର: ଲକଡାଉନ କି ସଟଡାଉନରେ ହଇରାଣ ହରକତ ହେବେନି ବରିଷ୍ଠ ନାଗରିକ । ଏଥିପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛି କମିଶନରେଟ୍ ପୋଲିସ । କଲ୍ କଲେ ତୁରନ୍ତ ସହଯୋଗର ହାତ ବଢାଇବ କମିଶନରେଟ ପୋଲିସ ।

ହଇରାଣ ହେବେନି ବରିଷ୍ଠ ନାଗରିକ, ହେଲ୍ପ ଲାଇନ ନମ୍ବର ଜାରି

ମହାମାରୀ କୋରୋନାକୁ ନେଇ ରାଜ୍ୟରେ ଜାରି ରହିଛି ଲକଡାଉନ । ଏହି ଲକଡାଉନରେ ବିଭିନ୍ନ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଦୈତ ନଗରୀର ବରିଷ୍ଠ ନାଗରିକ ‘୮୦୯୩୦୨୮୧୦୦’ ରେ କଲ୍ କଲେ ପୋଲିସ ବଢାଇବ ସହାୟତାର ହାତ । ଯାହା ପାଇଁ ପଞ୍ଜୀକୃତ ବରିଷ୍ଠ ନାଗରିକଙ୍କୁ ଏଭଳି ବିପତ୍ତି ସମୟରେ ଯୋଗାଯୋଗରେ ରହିଆସୁଥିବା କହିଛନ୍ତି ପୋଲିସ କମିଶନର । ନିଜକୁ ଏକୁଟିଆ ନଭାବି ବଡ ସମସ୍ୟା ଥିଲେ ନିଶ୍ଚୟ ହେଲ୍ପ ଲାଇନକୁ କଲ କରିବାକୁ ଅନୁରୋଧ କରିଛନ୍ତି ।

ସେପଟେ ଲକଡାଉନ ସମୟରେ କଲ୍ ସେଣ୍ଟରରେ ଅନେକ ବରିଷ୍ଠ ନାଗରିକ କଲ୍ କରିଛନ୍ତି । ଯାହାକୁ ନେଇ ତୁରନ୍ତ ସହାୟତାର ସହଯୋଗ କରାଯାଇଛି। ଏପରି ପମ୍ପ ସମସ୍ୟା ପରି ସହଯୋଗର ହାତ ବଢାଇଛି ପୋଲିସ । ତେଣୁ ୨୫ ହଜାରରୁ ଊର୍ଦ୍ଧ୍ବ ପଞ୍ଜୀକୃତ ବରିଷ୍ଠ ନାଗରିକ ରହିଛନ୍ତି ସେମାନଙ୍କ ସୁରକ୍ଷା କମିଶନରେଟ ପୋଲିସର ଗୁରୁଦାୟିତ୍ବ ରହିଛି । ଯାହା କୋଭିଡ ସମୟରେ ନିହାତି ଜରୁରୀ ବୋଲି କମିଶନରେଟ ପୋଲିସ କହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 11, 2021, 5:54 PM IST

ABOUT THE AUTHOR

...view details