ଭୁବନେଶ୍ବର: ଆହାର ଦାନାରେ ପୁରୁନି ପେଟ । ସଂକ୍ରମଣ ଆଉ ସଟଡାଉନ ଏହାରି ଭିତରେ ଗରିବ ଅସହାୟ ଓ ଭିକାରିଟିଏ ଖାଦ୍ୟ ଗଣ୍ଡେ ପାଇଁ ଡହଳ ବିକଳ ହେଉଛି। ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ ରାଜ୍ୟ ସରକାର ଆହାର କେନ୍ଦ୍ର ଖୋଲିଛନ୍ତି। କେହିବି ଜଣେ ଭୋକିଲା ନ ରହୁ ଏହି ବାର୍ତ୍ତାକୁ ନେଇ ଲକଡାଉନ ହେଉ ଅବା ସଟଡାଉନ ସଂକ୍ରମଣକୁ ରୋକିବା ପାଇଁ ପାର୍ସଲ ବ୍ୟବସ୍ଥା କରିଛନ୍ତି। ହେଲେ ଏହି ପାର୍ସଲରେ ପେଟ ଅଧୁରା ରହୁଛି ଓ ଭୋକ ମେଣ୍ଟୁନି ବୋଲି ଅଭିଯୋଗ ଆସିଛି ।
ଆହାର ଦାନାରେ ପୁରୁନି ପେଟ: ଲକଡାଉନ, ସଟଡାଉନର ହନ୍ତସନ୍ତ ଅସହାୟ - bhubaneswer news'
ଲକାଡଉନ ଓ ସଟଡାଉନରେ ଭୋକରେ ଅସହାୟ। ଆହାର କେନ୍ଦ୍ରର ଖାଦ୍ୟରେ ପୁରୁନି ପେଟ । ଅଧିକ ପଢନ୍ତୁ...
ଆହାର ଦାନାରେ ପୁରୁନି ପେଟ: ଲକ ଡାଉନ, ସଟ ଡାଉନର ହନ୍ତସନ୍ତ ଅସହାୟ
ପେଟର ଜ୍ୱାଳାକୁ ସହିନପାରି ଲୋକଟିଏ ଧାଡିରେ ଠିଆ ହୋଇ କୋରୋନା ନିୟମକୁ ଉଲଘଂନ କରି ଖାଇବାକୁ ଦିମୁଠା ଆହାର କେନ୍ଦ୍ରକୁ ଯାଉଥିବା ବେଳେ ଗରୀବର ଏକମାତ୍ର ଖାଦ୍ୟର ସାହାରା କିନ୍ତୁ ଭୋକ ମେଣ୍ଟାଉନି । ଯାହାକୁ ନେଇ ମନଦୁଃଖରେ ନିଜର ଭାବ ପ୍ରକାଶ କରୁଛନ୍ତି ଜଣେ ସଫେଇ କର୍ମଚାରୀ । ତେଣୁ ମନଭରି ଖାଇବା ପାଇଁ ଆଉ ଗୋଟେ ପାର୍ସଲ ଦିଆଯାଉ ବୋଲି ଦାବି କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ