ଓଡିଶା

odisha

ETV Bharat / city

ପରୋପକାରୀ ମଣିଷ ମୁଦବୀର, ପର୍ସ ଫେରାଇ ଦେଖାଇଲେ ମାନବିକତା - ହଜିଯାଇଥିବା ପର୍ସକୁ ଫେରାଇ

ମୁଦବୀର ଖାନ ଜଣେ ସିକ୍ୟୁରୁଟି ଗାର୍ଡ ଭାବେ କାମ କରନ୍ତି । ମାତ୍ର ସେ ହଜିଯାଇଥିବା ଏକ ପର୍ସକୁ ଫେରାଇ ପ୍ରଶଂସାର ପାତ୍ର ହୋଇଛନ୍ତି । ଅଧିକ ପଢନ୍ତୁ...

mudabir khan
ପରୋପକାରୀ ମଣିଷ ମୁଦବୀର

By

Published : Feb 21, 2020, 4:34 AM IST

ଭୁବନେଶ୍ବର: ସେ ପେଶାରେ ଜଣେ ସିକ୍ୟୁରୁଟି ଗାର୍ଡ । ମାତ୍ର ତାଙ୍କର ମାନବିକତା ଓ ପରୋଉପକାରୀ ଗୁଣ ଆଜି ତାଙ୍କୁ କରିଛି ସମସ୍ତଙ୍କ ଠାରୁ ଭିନ୍ନ । ହଜିଯାଇଥିବା ପର୍ସକୁ ଫେରାଇ ଚର୍ଚ୍ଚାରେ ରହିବା ସହ ସମସ୍ତଙ୍କର ପ୍ରଶଂସାର ପାତ୍ର ମଧ୍ୟ ହୋଇଛନ୍ତି ସେ ।

ଭୁବନେଶ୍ବରର ଏକ ଅଫିସରେ ସିକ୍ୟୁରୁଟି ଗାର୍ଡ ଭାବେ କାମ କରନ୍ତି ମୁଦବୀର ଖାନ । ସେ ନିଜ ଡ୍ୟୁଟି କରୁଥିବା ସମୟରେ ରାସ୍ତାରୁ ଏକ ପର୍ସ ପାଇଥିଲେ । ଯେଉଁଥିରେ ଥିଲା କିଛି ଟଙ୍କା ସହ ଆଧାର, ପ୍ୟାନ ଓ ଏଟିମ କାର୍ଡ ପରି ଅନେକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ।

କିନ୍ତୁ ଏସବୁ ଡକୁମେଣ୍ଟ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜ୍ୟୋତିପ୍ରକାଶ ରାମ। । ପର୍ସ ପାଇବା ପରେ ମୁଦବୀର ବହୁ ସମୟ ଅପେକ୍ଷା କରିଥିଲେ । କିନ୍ତୁ ହଜିଯାଇଥିବା ଜିନିଷକୁ ଖୋଜିବାକୁ କେହିବି ଆସି ନଥିଲେ ।

ଶେଷରେ ଆଉ କିଛି ଚିନ୍ତା ନକରି ଆଧାର କାର୍ଡରେ ଥିବା ଠିକଣାରେ ବାହାରିଥିଲେ ମୁଦବୀର । ଆଉ ଭୁବନେଶ୍ବରରୁ କେନ୍ଦୁଝର ଯାଇ ଜ୍ୟୋତି ପ୍ରକାଶଙ୍କ ଘରେ ପହଞ୍ଚିଯାଇଥିଲେ । କେନ୍ଦୁଝର ଆନନ୍ଦପୁର ବ୍ଲକର ଫକୀରପୁର ଅଞ୍ଚଳରେ ଯାଇ ଜ୍ୟୋତିପ୍ରକାଶଙ୍କୁ ସମସ୍ତ ଜିନିଷ ହସ୍ତାନ୍ତର କରିଥିଲେ ।

ମୁଦବୀର ଏହି ପରୋପକାରୀ ମନୋଭାବରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ଆଉ ଦେଖାଇଛନ୍ତି ମାନବିକତାର ପରିଚୟ । କୌଣସି ସମସ୍ୟାରେ ପଡିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆତ୍ମଶନ୍ତୋଷ ଲାଭ କରନ୍ତି ଏହି ସ୍ନେହୀ ମଣିଷ ଜଣକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details