ଓଡିଶା

odisha

ETV Bharat / city

ହେଲମେଟ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ - କଟକ ଡିସିପି ସଡକ ସୁରକ୍ଷା କାର୍ଯ୍ୟକ୍ରମ

ସଡକ ଦୁର୍ଘଟଣାକୁ ରୋକିବା ପାଇଁ କମିଶନରେଟ ପୋଲିସର ସଚେତନତା କାର୍ଯ୍ୟକ୍ରମ । କେବଳ ଆଇନକୁ କଡାକଡି କଲେ ହେବନି ଏଥିପାଇଁ ଲୋକଙ୍କୁ, ସଚେତନ କରିବା ମଧ୍ୟ ନିହାତି ଜରୁରୀ ବୋଲି କମିଶନର ସୁଧାଂଶୁ ଶଡଙ୍ଗୀ କହିଥିଲେ । ସେହିପରି ହେଲମେଟ ପିନ୍ଧିବା ପାଇଁ ବିଭିନ୍ନ ସ୍ୱେଚ୍ଛାସବୀ ସଙ୍ଗଠନ ପକ୍ଷରୁ ସଚେତନତା କରାଯିବା ସହ ମାଗଣାରେ ହେଲମେଟ ବଣ୍ଟାଯାଉଛି । ଅଧିକ ପଢନ୍ତୁ...

helmet is a protector to save life in accident of human being
ହେମମେଟ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ

By

Published : Jan 23, 2021, 5:39 PM IST

କଟକ: ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ପ୍ରତ୍ୟେକ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ଆମେ ଜାଣିବାକୁ ପାଉଛୁ । ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ସଂଖ୍ୟା ମଧ୍ୟରୁ ବାଇକ ଆରୋହୀଙ୍କ ସଂଖ୍ୟା ମାତ୍ରାଧିକ । ତେବେ କାହିଁକି ବାଇକ ଆରୋହିଙ୍କ ସଂଖ୍ୟା ଅଧିକ ? କାହିଁକି ଏପରି ଘଟୁଛି ? କିପରି ଏହି ସଡକ ଦୁର୍ଘଟଣାରୁ ବର୍ତ୍ତିପାରିବେ ? ଆସନ୍ତୁ ଜାଣିବା...

ହେମମେଟ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ

ସଡକ ଦୁର୍ଘଟଣା ସହିତ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ସବୁଠାରୁ ବଡ଼ କଥା ହେଉଛି ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟରୁ ଅଧିକାଂଶ ହେଉଛନ୍ତି ବାଇକ ଆରୋହୀ । ଏହାର କାରଣ ହେଉଛି ବିନା ହେଲମେଟ ଆଉ ଅଧିକ ବେଗରେ ବାଇକ ଚଳାଇବା । ଏକଥା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ଡ଼ଃ ସୁଧାଂଶୁ ଷଡଙ୍ଗୀ । କେବଳ ସେତିକି ନୁହେଁ ବାଇକ ଚଳାଇବା ସମୟରେ ଫୋନରେ କଥା ହେବା କାରଣରୁ ମଧ୍ୟ ଦୁର୍ଘଟଣା ଘଟିଥାଏ । ଏକଥା ବି ଜଣାପଡିଛି ଯେ, ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁବରଣ କରୁଥିବା ଅନେକ ବାଇକ ଆରୋହୀଙ୍କ ମୁଣ୍ଡରେ ହେଲମେଟ ନଥାଏ । ଅର୍ଥାତ ବିନା ହେଲମେଟରେ ବାଇକ ଚାଳକଙ୍କ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା କମିଶନର ଶୁଧାଂଶୁ ଷଡଙ୍ଗୀ କହିଛନ୍ତି ।

ହେଲମେଟ ପିନ୍ଧିଲେ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକା ଯାଇପାରିବ । ସେହିପରି ଟ୍ରାଫିକ ନିୟମ ମାନି ଗାଡି ଚଳାଇଲେ ଦୁର୍ଘଟଣା ମଧ୍ୟ କମିବ । ତେବେ ଚାଳକଙ୍କ ସହିତ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ କଟକଣା ମଧ୍ଯ କଡାକଡି କରାଯାଉଛି । ଏମିତିକି ବିନା ହେଲମେଟରେ ଯଦି ଜଣେ ଗାଡି ଚଳାଇବ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅର୍ଥରାଶିରେ ଦଣ୍ଡିତ କରାଯିବା ସହ ତାଙ୍କର ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରାଯିବ । ଏହି ନିୟମକୁ ଏବେ କଡାକଡି ଭାବରେ ପାଳନ କରାଯାଉଥିବା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି । ସେହିପରି ହେଲମେଟ ପିନ୍ଧିବା ପାଇଁ ବିଭିନ୍ନ ସ୍ୱେଚ୍ଛାସବୀ ସଙ୍ଗଠନ ପକ୍ଷରୁ ସଚେତନତା କରାଯିବା ସହ ମାଗଣାରେ ହେଲମେଟ ବଣ୍ଟାଯାଉଛି ।

ସମସ୍ତେ ସଚେତନ ରହିଲେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକାଯାଇପାରିବ । ନିୟମ ମାନିଲେ ନାଁ ରହିବ ପୋଲିସର ଭୟ ନାଁ ରହିବ ମୃତୁର ଭୟ । ଆସନ୍ତୁ ସଭିଏଁ ଟ୍ରାଫିକ ନିୟମ ମାନିବା ଆଉ ସୁରକ୍ଷିତ ଡ୍ରାଇଭ କରିବା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details