ଓଡିଶା

odisha

ETV Bharat / city

ହେଲମେଟ ଚେକିଂ କଡାକଡି, ଛକ ଛକରେ ଅଛନ୍ତି ଟ୍ରାଫିକ ପୋଲିସ - ହେଲମେଟ ଚେକିଂ କଡାକଡି

ଟ୍ରାଫିକ ପୋଷ୍ଟରେ ଜଗିଛନ୍ତି ଟ୍ରାଫିକ କର୍ମଚାରୀ ସହ ପୋଲିସ କର୍ମଚାରୀ। ବାଇକ ଚାଳକ ସମେତ ବାଇକ ପଛପଟେ ବସୁଥିବା ଲୋକ ହେଲମେଟ୍ ନପିନ୍ଧିଲେ କାଟୁଛନ୍ତି ଫାଇନ। ଅଧିକ ପଢନ୍ତୁ...

ହେଲମେଟ ଚେକିଂ କଡାକଡି, ଛକ ଛକରେ ଜଗିଛନ୍ତି ଟ୍ରାଫିକ ପୋଲିସ
ହେଲମେଟ ଚେକିଂ କଡାକଡି, ଛକ ଛକରେ ଜଗିଛନ୍ତି ଟ୍ରାଫିକ ପୋଲିସ

By

Published : Jan 3, 2021, 8:34 AM IST

ଭୁବନେଶ୍ବର: ବାଇକ ପଛରେ ବସିଲେ ପିନ୍ଧନ୍ତୁ ହେଲମେଣ୍ଟ। ନଚେତ ଜଗିଛି କମିସନରେଟ ପୋଲିସ। ଛକ ଛକରେ ବା ଟ୍ରାଫିକ ପୋଷ୍ଟରେ ଜଗିଛନ୍ତି ଟ୍ରାଫିକ କର୍ମଚାରୀ ସହ ପୋଲିସ କର୍ମଚାରୀ। ବାଇକ ଚାଳକ ସମେତ ବାଇକ ପଛପଟେ ବସୁଥିବା ଲୋକ ହେଲମେଟ୍ ନପିନ୍ଧିଲେ କାଟୁଛନ୍ତି ଫାଇନ।

ରାଜଧାନୀରେ ୧୨ଟି ସ୍ଥାନରେ ଏଭଳି ଚେକିଂ କରାଯାଉଛି। ହେଲମେଣ୍ଟ ପିନ୍ଧି ନଥିଲେ ୧୦୦୦ଟଙ୍କା ଫାଇନ କାଟୁଛି ପୋଲିସ। ନୂଆ ବର୍ଷଠୁ ଏଭଳି ଟ୍ରାଫିକ କଡାକଡି କରିଛି ପୋଲିସ। ତେବେ ଦୁର୍ଘଟଣା ରୋକିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ନୂତନ ମୋଟରଯାନ ଆଇନ ଅନୁସାରେ କଡାକଡି ହୋଇଛି ନିୟମ।

ସୂଚନା ମୁତାବକ, ଗତବର୍ଷ ଏଭଳି ଫାଇନ ଆଦାୟ କରି ଟ୍ବିନସିଟିରୁ ଟ୍ରାଫିକ ନିୟମ ଉଲଙ୍ଘନକାରିଙ୍କଠୁ ୧୪ କୋଟି ୮୩ ଲକ୍ଷ ଟଙ୍କା ଆଦାୟ କରିଛି କମିସନରେଟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details