ଓଡିଶା

odisha

ETV Bharat / city

ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ, ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶକ ସାଜିବ କହିଲେ ଧର୍ମେନ୍ଦ୍ର - ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ ନେଇ ବୈଠକ

ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଅଧିକ ପଢନ୍ତୁ

ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ, ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ସ୍ବାୟତ୍ତତା ପ୍ରଦାନ କରିବ କହିଲେ ଧର୍ମେନ୍ଦ୍ର
ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ, ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ସ୍ବାୟତ୍ତତା ପ୍ରଦାନ କରିବ କହିଲେ ଧର୍ମେନ୍ଦ୍ର

By

Published : May 9, 2022, 10:55 PM IST

ଭୁବନେଶ୍ବର:ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ (HECI) ଗଠନ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକୁ ଅଧିକ ସ୍ବାୟତ୍ତତା ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।

ରାଷ୍ଟ୍ରୀୟ ଶିକ୍ଷା ନୀତି-2020ରେ ଏହି ଗୁରୁତ୍ବପୂର୍ଣ୍ଣ ସୁପାରିଶ ଆମ ଶିକ୍ଷା ବ୍ୟବସ୍ଥାର ଔପନିବେଶକରଣ ଦିଗରେ ଅନେକ ପଦକ୍ଷେପ ମଧ୍ୟରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଧମେନ୍ଦ୍ର ପ୍ରଧାନ ଟ୍ବଟ୍ କରି କହିଛନ୍ତି । ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ(formulation of Higher Education Commission of India ) ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକୁ ଅଧିକ ସ୍ବାୟତ୍ତତା ପ୍ରଦାନ କରିବ । ଏହାସହ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବିଶ୍ବମାନର ଏକାଡ଼େମିକ୍ ପ୍ରଦାନ କରିବ । ଶିକ୍ଷାନିଷ୍ଠାନର ଗଭର୍ଣ୍ଣାସ ଉପରେ ଦୃଷ୍ଟି ଦେବା ସହ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶକ ସାଜିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details