ଓଡିଶା

odisha

By

Published : Jul 23, 2021, 4:49 PM IST

ETV Bharat / city

ସୁଧୁରୁନି ସ୍ମାର୍ଟସିଟିର ସ୍ମାର୍ଟଚିତ୍ର, ବର୍ଷାରେ ବୁଡୁଛି ରାଜଧାନୀର ଗଳିକନ୍ଦି

ବର୍ଷାରେ ଉବୁଟୁବୁ ସ୍ମାର୍ଟସିଟି । ଗତକାଲି ମୂଷଳ ଧାରା ବର୍ଷା ପରେ ଏବେ ବେହାଲ ରାଜଧାନୀ । ଫଳରେ ଏବେ ରାଜ୍ୟ ଭୁବନେଶ୍ବରରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା । ଅଧିକ ପଢନ୍ତୁ...

ଅସରାଏ ବର୍ଷାରେ ବେହାଲ ରାଜ୍ୟ ରାଜଧାନୀ , କେବେ ସୁଧୁରିବ ଡ୍ରେନେଜ ବ୍ୟବସ୍ଥା
ଅସରାଏ ବର୍ଷାରେ ବେହାଲ ରାଜ୍ୟ ରାଜଧାନୀ , କେବେ ସୁଧୁରିବ ଡ୍ରେନେଜ ବ୍ୟବସ୍ଥା

ଭୁବନେଶ୍ବର:ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ଜାରି ରହିଛି ବର୍ଷା । ଏହାର ପ୍ରଭାବରେ ଗତକାଲି ରାଜ୍ୟ ରାଜଧାନୀରେ ମୂଷଳ ଧାରାରେ ବର୍ଷା ହୋଇଛି । ବର୍ଷା ପରେ ବେହାଲ ହୋଇଛି ସ୍ମାର୍ଟସିଟିର ଅବସ୍ଥା । ଫଳରେ ଏବେ ଭୁବନେଶ୍ବରରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା । ରାଜଧାନୀର ଅନେକ ସ୍ଥାନରେ ପାଣି ଜମିରହିଥିବାରୁ ଯାତାୟତ ବାଧାପ୍ରପ୍ତ ହେବାସହ ଏବେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି ରାଜଧାନୀ ବାସିନ୍ଦା । ଏ ସମସ୍ୟା କେବଳ ଆଜିର ନୁହେଁ । ପ୍ରତ୍ୟେକ ବର୍ଷ ବର୍ଷାଦିନ ଆସିଲେ ଏପରି ଅସୁବିଧାର ସମ୍ମୁଖୀନ ହୁଅନ୍ତି ରାଜଧାନୀ ବାସିନ୍ଦା ।

ର୍ଷାରେ ବେହାଲ ରାଜଧାନୀ, କେବେ ସୁଧୁରିବ ଡ୍ରେନେଜ ବ୍ୟବସ୍ଥା ?

ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଭୁବନେଶ୍ବରବାସିନ୍ଦା । ଏନେଇ ବିଏମସିକୁ ଜଣାଇବା ପରେ ସ୍ଥିତିରେ ସୁଧାରଆସିବ ଏବଂ ଡ୍ରେନେଜ ବ୍ୟବସ୍ଥା ଠିକ ହୋଇଯିବ ବୋଲି ପ୍ରତି ବର୍ଷ ପ୍ରତିଶୃତି ମିଳେ । ହେଲେ ଏହା କେତେ ଦୂର କାର୍ଯ୍ୟକାରୀ ହୋଉଛି ଗତକାଲି ବର୍ଷା ପରେ ରାଜଧାନୀର ଅବସ୍ଥାକୁ ଦେଖିଲେ ବେସ ବାରି ହୋଇପଡୁଛି ।

ଡ୍ରେନେଜ ବ୍ୟବସ୍ଥା ଠିକନଥିବାରୁ ରାଜଧାନୀର ପ୍ରମୁଖସ୍ଥାନ ସହ ଜନଗହଳି ପୂର୍ଣ୍ଣ ରାସ୍ତା ଜଳମଗ୍ନ ହୋଇଯାଇଥିଲା। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ରାଜଧାନୀବାସୀ । ଏନେଇ ବିଏମସି ଅତିରିକ୍ତ କମିସନର କହିଛନ୍ତି ଯେ କିଛି ସ୍ଥାନରେ କାମ ହୋଇଛି ଏବଂ କିଛି ସ୍ଥାନରେ କାମ ବାକି ରହିଛି , ଜୁଲାଇ ଶେଷ ସୁଦ୍ଧା ରାଜଧାନୀରେ ଡ୍ରେନେଜ ଅସୁବିଧା ଦୂରେଇ ଯିବ ଏବଂ ଲୋକେ ବର୍ଷା ପରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମତ ରଖିଛନ୍ତି ।

ସେପଟେ ଡ୍ରନେଜ ବ୍ୟାବସ୍ଥା ଠିକ ନଥିବାରୁ ବର୍ଷା ଯୋଗୁଁ ରାଜଧାନୀ ବାସୀନ୍ଦା ଗତକାଲି ଜଳବନ୍ଧୀ ହୋଇଯାଇ ଆଉ ଘରୁ ବାହାରି ପାରିନଥିବା କହିଛନ୍ତି । ଅନ୍ୟ ପଟେ ବର୍ଷା ସମୟରେ ରାଜଧାନୀର ଏପରି ଅବସ୍ଥାକୁ ନେଇ ବିଏମସି କମିଶନରଙ୍କ ଉପରେ ତିବ୍ର ବର୍ଷିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ପାଣି ନିଷ୍କାସନ ପାଇଁ ଯଦି ଉଚିତ ପଦକ୍ଷପ ନିଆନଯାଇ ତେବେ କଂଗ୍ରେସ ବିରାଟ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details