ଓଡିଶା

odisha

By

Published : May 29, 2019, 6:04 PM IST

ETV Bharat / city

ଶପଥ ନେଲେ ମୁଖ୍ୟମନ୍ତ୍ରୀ, ହନ୍ତସନ୍ତ ହେଲେ ରାଜଧାନୀବାସିନ୍ଦା

ଶପଥ ନେଲେ ଓଡିଶାର ନୂଆ ସରକାର । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ସଦସ୍ୟ ବି ଶପଥପାଠ କଲେ । ହେଲେ ଶପଥପାଠ ଉତ୍ସବ ପାଇଁ ହନ୍ତସନ୍ତ ହୋଇଛନ୍ତି ରାଜଧାନୀବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ଲଗାତର ପଞ୍ଚମ ଥର ପାଇଁ ଶପଥ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ ପାଇଁ ହସ୍ତସନ୍ତ ହୋଇଛନ୍ତି ରାଜଧାନୀ ବାସିନ୍ଦା । ଚଳିତ ଥର ପ୍ରଥମଥର ପାଇଁ ଶପଥ ଗ୍ରହଣ ସମାରୋହ ରାଜଭବନ ବଦଳରେ ପ୍ରଦର୍ଶନୀ ପଡିଆରେ କରାଯାଇଛି । ଯେଉଁଥିପାଇଁ ଜନସାଧାରଣଙ୍କୁ ନାନା ଅସୁବିଧା ଭୋଗ କରିବାକୁ ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀରେ ପ୍ରଦର୍ଶନୀ ପଡିଆରେ ଆୟୋଜନ ହୋଇଥିବା ଏହି ଉତ୍ସବ ପାଇଁ ହୋଇଥିଲା ଭବ୍ଯ ଆୟୋଜନ । ଯାହାକୁ ନେଇ ମଧୂସୁଦନ ମାର୍ଗର ରାସ୍ତାକୁ ସିଲ କରିଥିଲା କମିଶନରେଟ ପୋଲିସ । ଏନେଇ ଆଗୁଆ ସୂଚନା ଦିଆଯାଇଥିଲା । ହେଲେ ହଠାତ ଟ୍ରାଫିକରେ ହୋଇଥିଲା ପରିବର୍ତ୍ତନ । କେବଳ ମଧୂସୁଦନ ମାର୍ଗ ୪ ଘଣ୍ଟା ବନ୍ଦ ରଖିବାକୁ କହିଥିବା କମିଶନରେଟ ପୋଲିସ ପରେ ରେଡକ୍ରସ ସାମ୍ନା ଟ୍ରାଫିକରୁ ରୋଡ ବ୍ଲକ କରି ଡାଇଭର୍ସନ ଦେଇଥିଲା।

ରାସ୍ତା ଉପରେ ପୋଲିସ କର୍ମଚାରୀ ସାଧାରଣ ଲୋକଙ୍କୁ ଅନ୍ଯ ବାଟ ଦେଇ ଯିବାକୁ କହିଥିଲେ । ଯାହାକୁ ନେଇ ରାସ୍ତା ଉପରେ ଦୀର୍ଘ ସମୟ ଧରି ଲାଗି ରହିଥିଲା ଟେନସନ । ନିର୍ଦ୍ଧାରିତ ସମୟରେ ବାହାରିଥିବାଲୋକେ ପହଞ୍ଚି ପାରିନଥିଲେ ଗନ୍ତବ୍ଯ ସ୍ଥଳରେ । କିଏ କେଉଁ ଦିଗକୁ ଯିବ କନଫ୍ୟୁଜନ ହେଉଥିଲେ । ଖରାର ପ୍ରକୋପକୁ ଟ୍ରାଫିକର ଟେନସନ ଲୋକଙ୍କ ହରଡଘଣାରେ ପକାଇ ଦେଇଥିଲା । କେବଳ ସେହି ବାଟ ନୁହେଁ । କେଶରୀ ହଲ ସାମ୍ନାରୁ ମଧ୍ଯ ଟ୍ରାଫିକ କଟକଣା ରହିଥିଲା । ସେହିପରି ରାମନ୍ଦିର ଛକ ଟ୍ରାଫିକରେ ବି ସମାନ ଅବସ୍ଥା । ଯାହାକୁ ନେଇ କିଛି ଘଣ୍ଟା ପାଇଁ ହସ୍ତସନ୍ତ ହୋଇଥିଲେ ଲୋକେ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details