ଓଡିଶା

odisha

ETV Bharat / city

12 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା - ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର

ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ 12 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

Heavy to very heavy rainfall
12 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

By

Published : Jul 28, 2021, 10:48 PM IST

ଭୁବନେଶ୍ବର:ଗତକାଲିଠାରୁ ଉତ୍ତର ବଙ୍ଗୋପସାଗର ଏବଂ ତତସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ବୁଧବାର ଘନୀଭୂତ ହେବ । ଏହି ଲଘୁଚାପ ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ଏବଂ ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟ ଭାଗକୁ ବ୍ୟାପିଛି ।

12 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ,ଝାଡଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ଆଗାମୀ ୩୦ ଜୁଲାଇ ଯାଏଁ ଓଡ଼ିଶାର କେତେକ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଏହାର ପ୍ରଭାବରେ 12 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟା,୨୯ ଜୁଲାଇ ସକାଳ ୮.୩୦ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସୁନ୍ଦରଗଡ଼,ଦେବଗଡ଼, ଅନୁଗୁଳ,ସମ୍ବଲପୁର, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା, ଢେଙ୍କାନାଳ, ଏବଂ କଟକ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details