ଭୁବନେଶ୍ବର:ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ(heavy spells of rain likely to affect Odisha) । ଏହାର ପ୍ରଭାବ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗଳା ଉପକୂଳ ଅଞ୍ଚଳରେ ବିଶେଷ ଦେଖିବାକୁ ମିଳିବ । ସମୁଦ୍ର ପତ୍ତନରୁ ୫.୮ କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଛି । ଏଥିପାଇଁ ରାଜ୍ୟର ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
୧୫ଟି ଜିଲ୍ଲାରେ ପ୍ରବଳ ବର୍ଷାହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ସୋନପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଓ ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତା ସହିତ ଭୁବନେଶ୍ବରରେ ମଧ୍ୟ ଲଘୁଚାପର ପ୍ରଭାବ ଦେଖାଯିବ ।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ଭଳି ପରିସ୍ଥିତି ସୃଷ୍ଟି ହେବ । ସହରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଦେଖାଯାଇପାରେ । ଅତ୍ୟଧିକ କୋହଳା ପାଗ ଯୋଗୁଁ ଗାଡ଼ି ଚାଳକଙ୍କ ପାଇଁ ଦେଖିବାରେ ସମସ୍ୟା ଦେଖା ଦେଇପାରେ । ବର୍ଷା ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ଲୋକଙ୍କ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏହାକୁ ନେଇ ସେ ଟ୍ବିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।