ଭୁବନେଶ୍ବର: ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଝାଡଖଣ୍ଡରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉତ୍ତର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ବର୍ଷା ବଢିବ । ଆସନ୍ତା ୨୪ ଘଣ୍ଟା ଅର୍ଥାତ ଶନିବାର ୧୮ ଜୁଲାଇରେ ଗଜପତି ଓ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି। ଏଥିସହ ଝାଡଖଣ୍ଡ ଓ ଏହାର ଆଖପାଖରେ ସୃଷ୍ଟ ଘୁର୍ଣ୍ଣିବଳୟ ଦୁର୍ବଳ ହେଉଛି। ଅନ୍ୟପଟେ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି। ରାଜସ୍ଥାନ ଠାରୁ ତ୍ରିପୁରା ମଧ୍ୟରେ ମୌସୁମୀ ଟ୍ରଫ୍ ଲାଇନରେ ରହିଛି।
ପ୍ରବଳ ବର୍ଷିବ: ଗଜପତି, ରାୟଗଡାକୁ ୟେଲୋ ୱାର୍ଣ୍ଣିଂ - ପ୍ରବଳ ବର୍ଷିବ
ଆସନ୍ତା ୨୪ ଘଣ୍ଟା ଅର୍ଥାତ ଶନିବାର ୧୮ ଜୁଲାଇରେ ଗଜପତି ଓ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି। ଝାଡଖଣ୍ଡ ଓ ଏହାର ଆଖପାଖରେ ସୃଷ୍ଟ ଘୁର୍ଣ୍ଣିବଳୟ ଦୁର୍ବଳ ହେଉଛି।
ଆସନ୍ତା ୨୪ ଘଣ୍ଟା ଅର୍ଥାତ ୧୮ ତାରିଖ ଶନିବାର ,ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି ,ମୟୁରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରର,ଓ ଅବଶିଷ୍ଟ ଅଞ୍ଚଳରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଓ କଟକରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ରେ ଓଡ଼ିଶାର ବିଭିନ୍ନ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି।କୋରାପୁଟ ଜିଲ୍ଲା ପଟାଙ୍ଗିରେ ସର୍ବାଧିକ ୪୯.୦ମିମି ବାଲେଶ୍ୱର ଜିଲ୍ଲା ଜୟପୁର ରେ ୪୬.୦ମିମି, କନ୍ଧମାଳ ଜିଲ୍ଲା ବାଲିଗୁଡାରେ ୪୧.୦ ମିମି,ରାୟଗଡା ଜିଲ୍ଲା କାଶୀପୁରରେ ୩୮.୨ ମିମି,କୋରାପୁଟ ଜିଲ୍ଲା ସେମିଳିଗୁଡାରେ ୩୮.୦ମିମି ରେକର୍ଡ କରାଯାଇଛି।
ଓଡ଼ିଶାରେ ଜୁନ ୧ ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ମୋଟ ୩୯୬.୭ ମିମି ବର୍ଷା ରେକର୍ଡ କରାଯାଇଛି। ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୪ ଜିଲ୍ଲାରେ ଅଧିକ କିମ୍ବା ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡା, ନୂଆପଡା, ମାଲକାନଗିରି ଓ ବୌଦ୍ଧ ଜିଲ୍ଲାର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଉପକୂଳ ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି, ପୁରୀ, ଖୋର୍ଦ୍ଧା, କଟକ,କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାରେ କମ ବର୍ଷା ହୋଇଛି। ପୁରୀରେ ୨୦୦ ମିମି ରୁ କମ ବର୍ଷା ରେକର୍ଡ ହୋଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ