ଭୁବନେଶ୍ବର: ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଜଓ୍ବାଦ (Cyclone Jawad)। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା । ତେବେ ଜଓ୍ବାଦ ପ୍ରଭାବରେ ଭିଜିବ ଟ୍ବିନ ସିଟି (Bhubaneswar and Cuttack ) । ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ଲାଗି ରହିବ । ମଝିରେ ମଝିରେ ବର୍ଷାର ମାତ୍ରା ମଧ୍ୟ ବୃଦ୍ଧି ପାଇବ । କଟକ ଏବଂ ଭୁବନେଶ୍ବରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା (heavy rainfall )ହେବ ।
ସେହିପରି ଆଜି ୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ନେଇ ରେର୍ଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର । ଏବି ସବୁ ଜିଲ୍ଲାରେ ପବନର ବେଗ ମଧ୍ୟ ସର୍ବାଧିକ ରହିବ । ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଅଧିକ ପ୍ରଭାବିତ ହେବାକୁ ଥିବା ବେଳେ ଏହି ସ୍ଥାନରେ ୭୫ ରୁ ୮୫ ରହିବା ନେଇ ଅନୁମାନ କରାଯାଉଛି । ୨ ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଥିବା ନେଇ ପାଣପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି ।