ଭୁବନେଶ୍ବର: ପାଣିପାଗ ବିଭାଗର ସର୍ତକ ସୂଚନା । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ସତର୍କ ଘଣ୍ଟି, ଆହୁରି ବର୍ଷିବ - heavy rain in odisha
ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
![ପାଣିପାଗ ବିଭାଗର ସତର୍କ ଘଣ୍ଟି, ଆହୁରି ବର୍ଷିବ](https://etvbharatimages.akamaized.net/etvbharat/prod-images/768-512-4493852-thumbnail-3x2-weather.jpg)
ପ୍ରତିକାତ୍ମକ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ବିଶେଷ କରି ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର,ସୁନ୍ଦରଗଡ, ଯାଜପୁର, ଭଦ୍ରକ,ଝାରସୁଗୁଡା, ସମ୍ବଲପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା 23 ତାରିଖରେ ଉପକୂଳ ଓଡିଶାର 2ରୁ 3 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ତେବେ 24 ଘଣ୍ଟା ମଧ୍ୟରେ ପାରଳାଖେମୁଣ୍ଡିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ