ଓଡିଶା

odisha

ETV Bharat / city

ଆସନ୍ତା ୨୪ ଘଣ୍ଟାରେ ଭିଜିବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା - ଓଡିଶା ପାଣିପାଗ

ଆସନ୍ତା ୨୪ ଘଣ୍ଟାରେ ଭିଜିବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା । ୭ ଜିଲ୍ଲାକୁ ସତର୍କ ସୂଚନା । କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଆସନ୍ତା ୨୪ ଘଣ୍ଟାରେ ଭିଜିବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା
ଆସନ୍ତା ୨୪ ଘଣ୍ଟାରେ ଭିଜିବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା

By

Published : Jul 20, 2022, 10:33 PM IST

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ ଭିଜିବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା । ୭ ଜିଲ୍ଲାକୁ ସତର୍କ ସୂଚନା । କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସେହିପରି ୨୪ ଘଣ୍ଟା ପରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର ଓ ପୁରୀ । ଏଭଲି ବର୍ଷା ସ୍ଥିତି ଆସନ୍ତା ୨୪ ଯାଏଁ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟାରେ ଭିଜିବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା

ଜୁଲାଇ ପହିଲାରୁ ଆଜି ପର୍ଯ୍ୟନ୍ତ ୪୩୫.୬ ମିଲିମିଟର ବର୍ଷା ହୋଇଛି । ସ୍ଵାଭାବିକ ବର୍ଷା ୪୧୭.୫ ମିଲିମିଟର ସ୍ଵାଭାବିକ ବର୍ଷା ହୋଇଥିବା ବେଳେ ୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ୬ ଜିଲ୍ଲାରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ କେବଳ ସୁନ୍ଦରଗଡ ଜିଲ୍ଲାରେ ୩୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ସର୍ବାଧିକ ୯୧.୦ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱରରେ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବା ସହ କୋହଲା ପାଗ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details