ଓଡିଶା

odisha

ETV Bharat / city

ଦାନା ବାନ୍ଧୁଛି ଲଘୁଚାପ, 5 ଜିଲ୍ଲାରେ ପ୍ରବଳ ବର୍ଷିବ

ଆସନ୍ତା ଅଗଷ୍ଟ 4ରୁ ଭିଜିବ ସାରା ଓଡିଶା । ଉତ୍ତର ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡିଶାରେ ବି ଆସନ୍ତାକାଲି ଠାରୁ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ସେହିପରି 5 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସୂଚନା ଦେଲା ପାଣିପାଗ ବିଭାଗ ।

By

Published : Aug 1, 2019, 8:05 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା ଅଗଷ୍ଟ 4ରୁ ଭିଜିବ ସାରା ଓଡିଶା । ଲଘୁଚାପ ଫଳରେ ଅଗଷ୍ଟ 2 ରୁ ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଉତ୍ତର ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡିଶାରେ ବି ଆସନ୍ତା କାଲି ଠାରୁ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ତେବେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ମୌସୁମୀ ହେଉ ବା ଲଘୁଚାପ ବର୍ଷାର ଏତେଟା ପ୍ରଭାବ ପଡିନଥିବା ବେଳେ ଚାଷୀ କୂଳ ହତାଶ ହୋଇପଡିଥିଲେ । କାରଣ ସ୍ବାଭାବିକ ଠାରୁ କମ ବର୍ଷା ହେବାର ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାୟାଇଛି । ତେବେ ଅଗଷ୍ଟରେ ଆଶାନୂରୁପ ବର୍ଷା ହେବାର ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଯଦି ପ୍ରବଳ ବର୍ଷା ହୁଏ ତେବେ ଗତ ମାସରେ ହୋଇଥିବା କମ ବର୍ଷାର ଭରଣା ହୋଇପାରିବ ବୋଲି କୁହାଯାଉଛି ।

ତେବେ ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଅଗଷ୍ଟ 3 ରୁ ମସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଅର୍ଥାତ ଆସନ୍ତାକାଲି ସୁଦ୍ଧା ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details