ଭୁବନେଶ୍ବର: ଶ୍ରୀଜୀଉଙ୍କ ବାହୁଡା ଯାତ୍ରାକୁ ନେଇ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ମାଉସୀ ମା ଘରୁ ଭାଇଭଉଣୀକୁ ସାଙ୍ଗରେ ନେଇ ସିଂହାସନକୁ ଫେରୁଛନ୍ତି କାଳିଆ ଠାକୁର । ହେଲେ ବାହୁଡା ଯାତ୍ରାରେ ବାଧକ ସାଜିଛି ବର୍ଷା । ସକାଳୁ ପାଗ ଠିକଠାକ୍ ଥିବା ବେଳେ ଦିନ ଦ୍ବିପ୍ରହରରୁ ବର୍ଷା ଆରମ୍ଭ ହୋଇଯାଇଛି ।
ବାହୁଡାକୁ ବର୍ଷା ଅଡୁଆ, ଭିଜୁଛି ରାଜଧାନୀ - ବର୍ଷା
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ରାଜଧାନୀରେ ଆରମ୍ଭ ହୋଇଯାଇଛି ମୂଷଳ ଧାରାରେ ବର୍ଷା । ସକାଳୁ ପାଗ ଠିକଠାକ୍ ଥିବା ବେଳେ ଦିନ ଦ୍ବିପ୍ରହରରୁ ରାଜଧାନୀରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜଧାନୀରେ ପ୍ରବଳ ବର୍ଷା ହେଉଛି । ଗତକାଲି 9ଟି ଜିଲ୍ଲାକୁ ବର୍ଷା ହେବା ନେଇ ସତର୍କ ସୂଚନା ଦେଇଥିଲା ପାଣିପାଗ ବିଭାଗ । ପ୍ରବଳ ବର୍ଷା ସତ୍ତ୍ବେ କାଳିଆ ଠାକୁରଙ୍କ ବାହୁଡା ଯାତ୍ରାରେ ସାମିଲ ହେବାକୁ ଭକ୍ତଙ୍କୁ ଅଟକାଇ ପାରି ନାହିଁ ମୂଷଳ ଧାରା ବର୍ଷା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ