ଓଡିଶା

odisha

ETV Bharat / city

ବନ୍ୟାରେ ବେହାଲ ଦକ୍ଷିଣ ଓଡିଶା, ସ୍ଥିତି ସଙ୍ଗୀନ - heavy rain in south odisha

ଜଳ ପ୍ରଳୟରେ ଦକ୍ଷିଣ ଓଡିଶା । କିଛିଦିନ ତଳେ ପାଣି ନ ପାଇ ମରୁଡି ଆଶଙ୍କା କରାଯାଉଥିବା ବେଳେ ଏଇ କିଛି ଦିନର ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ସୁନାମୀ ଭଳି ମାଡି ଆସୁଥିବା ଏହି ଲହଡୀ ପାଣିରେ ଶହ ଶହ ଗାଁକୁ ବୁଡିବା ଉପରେ । ଡରରେ ଲୋକେ ଆତଙ୍କିତ ।

ଡିଜାଇନ ଫଟୋ

By

Published : Aug 8, 2019, 6:38 PM IST


ଭୁବନେଶ୍ବର: ପାଣି କେବେ ସୁନ୍ଦରୀ ରାଣୀ, କେବେ ବୁଢୀ ଅସୁରଣୀ । କେବେ ଶାନ୍ତ, ସ୍ଥିର ତ କେବେ ଗମ୍ଭୀର ଗର୍ଜନଶୀଳ । କେବେ ବିଶ୍ବାସୀ ପୁଣି କେବେ ଅବିଶ୍ବାସୀ । ତେବେ ବର୍ତ୍ତମାନ ସମୟରେ କୁଳୁ କୁଳୁ ନାଦରେ ବହିଯାଉଥିବା ନଦୀ ସାଜିଛନ୍ତି ବିପଦ । ଗ୍ରୀଷ୍ମରେ ଖୁଖିଲା ପଡିଥିବା ନଦୀ ବର୍ଷା ବଳରେ ବଳୀୟାନ । କରାଳ ରୂପରେ ଡରାଉଛନ୍ତି । ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଭୀଷଣ ରୂପ ଧାରଣ କରିଛନ୍ତି । ଏପରିକି ପ୍ରବଳ ବର୍ଷା କାରଣରୁ ଏବେ ସୃଷ୍ଟି ହୋଇଛି ବନ୍ୟା ବିତ୍ପାତ ।

ବନ୍ୟାରେ ବେହାଲ ଜନଜୀବନ

ଏହି ବନ୍ୟା ଫଳରେ ଫନି ବାତ୍ୟାର କ୍ଷତ ନ ଶୁଖୁଣୁ ଦକ୍ଷିଣ ଓଡିଶା ବେହାଲ । ସ୍ଥିତି ସଙ୍ଗୀନ । ଶହ ଶହ ଗାଁ ଜଳମଗ୍ନ ଓ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ । କୋରାପୁଟ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ାରେ ବନ୍ୟା ସ୍ଥିତି ସାଙ୍ଘାତିକ । ଜଳ ଘେରରେ ଜନ, ଜୀବନ, ଜନ୍ତୁ, ଜୀବିକା । ଯାତାୟାତ ଠପ୍‌, ବର୍ଷା, ବନ୍ୟା ଯନ୍ତ୍ରଣାରେ ଜର୍ଜରିତ ଲୋକେ ।

ଅନ୍ୟପଟେ ଡିପ୍ ଡିପ୍ରେସନର ରୂପ ନେଇଛି ଲଘୁଚାପ । ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏବେ ମାଲକାନଗିରି ସମେତ ଅନେକ ଜିଲ୍ଲା ସୁଧୁରୁଛି ବନ୍ୟା ସ୍ଥିତି । ହେଲେ ଏବେ ବି ଟଳିନି ବିପଦ, ରାଜ୍ୟକୁ ରହିଛି ଆଲର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details